www.samajalive.in
Friday, December 5, 2025
27.1 C
Bhubaneswar

ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଲେଖିକା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ ଲେଖିକା। ୧୯୯୫ କିମ୍ବା ୧୯୯୬ରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଲେଖିକା ଜଣକ ତାଙ୍କର ସଦ୍ୟ ପ୍ରକାଶିତ ଏକ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ନ୍ୟୁୟର୍କ ମାଗାଜିନ ପକ୍ଷରୁ ଗତ ଶୁକ୍ରବାର ଏହି ପୁସ୍ତକଟି ପ୍ରକାଶିତ ହୋଇଛି। କିନ୍ତୁ ଏହାକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି ଏବଂ ସେ ଉକ୍ତ ମହିଳାଙ୍କୁ କେବେ ବି ଭେଟି ନ ଥିବା କହିଛନ୍ତି। ଏହି ଲେଖିକାଙ୍କ ପୂର୍ବରୁ ୧୫ ଜଣ ମହିଳା ଟ୍ରମ୍ପଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣିସାରିଛନ୍ତି।

ଅଭିଯୋଗକାରୀ ମହିଳାଙ୍କ ବୟସ ବର୍ତ୍ତମାନ ୭୫ ବର୍ଷ। ସେ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ଘଟଣା ସମୟରେ ସେ ଜଣେ ମାଗାଜିନ ଲେଖିକା ଏବଂ ଟିଭି ଉପସ୍ଥାପକ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ଦିନ ସେ ମାନହଟନରେ ଥିବା ବର୍ଗଡର୍ଫ ଗୁଡ୍‌ମ୍ୟାନ ଡିପାର୍ଟମେଣ୍ଟ ଷ୍ଟୋରରେ ଶପିଂ କରୁଥିବାବେଳେ ଟ୍ରମ୍ପଙ୍କ ସହିତ ସାକ୍ଷାତ ହୋଇଥିଲା। ସେତେବେଳେ ଟ୍ରମ୍ପ ଜଣେ ବିଶିଷ୍ଟ ରିୟଲ ଇଷ୍ଟେଟ୍‌ ଡେଭଲପର ଥିଲେ। ସେ  ସେଠାରେ ଟ୍ରମ୍ପଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ଶପିଂ ମଲ୍‌ରେ ସେ ଏକ ପୋଷାକ ଟ୍ରାଏଲ କରିବା ଲାଗି ଡ୍ରେସିଂ ରୁମ୍‌କୁ ଯାଇଥିଲେ। ଏହି ସମୟରେ ଟ୍ରମ୍ପ ତାଙ୍କ ସହିତ ଡ୍ରେସିଂ ରୁମ୍‌କୁ ଜବରଦସ୍ତି ପଶିଯାଇ ତାଙ୍କୁ ସେଠାରେ ବଳାତ୍କାର କରିଥିଲେ। ବଦନାମ ହେବା ଭୟରେ ସେ ପୁଲିସ ନିକଟକୁ ଅଭିଯୋଗ କରିବାକୁ ଯାଇ ନ ଥିଲେ ବୋଲି ମହିଳା ଜଣକ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଟ୍ରମ୍ପ ଅନ୍ୟ ୧୫ ଜଣ ମହିଳାଙ୍କୁ କିପରି ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେଇଛନ୍ତି ସେ ବିଷୟରେ ବି ପୁସ୍ତକରେ ଉଲ୍ଲେଖ କରାଯାଇଛି।

- Advertisement -

ଏ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ସମ୍ପୃକ୍ତ ଲେଖିକା କ୍ୟାରୋଲ ଲୋକପ୍ରିୟ ହେବା ଲାଗି ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି। ମୁଁ ତାଙ୍କୁ ମୋ ଜୀବନରେ କେବେ ଭେଟିନାହିଁ। ସେ ଏକ ନୂଆ ପୁସ୍ତକ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି। ସେଥିପାଇଁ ଏପରି ମନଗଢ଼ା କାହାଣୀ ଲେଖିଛନ୍ତି। ନ୍ୟୁୟର୍କ ମାଗାଜିନ ଏଭଳି ଏକ ପ୍ରକାଶନୀ ସଂସ୍ଥା ଯାହା ମୃତ୍ୟୁ ଆଡକୁ ଅଗ୍ରସର ହେଉଛି। ତେଣୁ ମିଥ୍ୟା ଖବର ପ୍ରକାଶ କରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି।

Hot this week

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

Related Articles

Popular Categories