ଉପବାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ସଂସଦ ଠିକ୍ ଭାବରେ ଚାଲି ପାରି ନ ଥିବାରୁ ଗୋଟିଏ ଦିନ ଉପବାସ କରିବେ ବୋଲି ସୂଚନା ମିଳିଛି । ଏପ୍ରିଲ ୬ ତାରିଖରେ ଶେଷ ହୋଇଥିବା ବଜେଟ ଅଧିବେଶର ଅଧାରୁ ଅଧିକ ଦିନ ହୋ ହଲ୍ଲା ଯୋଗୁଁ ଚାଲି ପାରି ନ ଥିଲା । ଅଧିକାଂଶ ଦିନ ସଂସଦ ମୁଲତବୀ ହୋଇଥିଲା ।ଏହାକୁ ବିରୋଧ କରି ପ୍ରଧାନ ମନ୍ତ୍ରୀ ମୋଦି ଦିଲ୍ଲୀରେ ଉପବାସ କରିବାର ଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କର୍ଣ୍ଣାଟକରେ ଥିବାରୁ ସେଠାରେ ଉପବାସ କରିବେ ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସାମିଲ ହେବେ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପବାସ କରିବାର ଠିକ୍ ଗୋଟିଏ ଦିନପରେ ଏପରି ନିଷ୍ପତି ଆସଛି । ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ରାଜଘାଟରେ ଉପବାସରେ ବସିଥିଲେ ।