www.samajalive.in
Monday, December 15, 2025
15.1 C
Bhubaneswar

ଥାଳି ବାଡେଇ ମୋଦୀଙ୍କ ‘ମନ୍ କି ବାତ୍’କୁ ବିରୋଧ କଲେ କୃଷକ

ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୨ ଦିନ ଧରି ଆନ୍ଦୋଳନ ଚଳାଇ ଥିବା କୃଷକମାନେ ଆଜି ଥାଳି ବାଡେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି। ଭାରତୀୟ କୃଷକ ମହାସଂଘ ର ଜାତୀୟ ମୁଖପାତ୍ର ରାକେଶ ଟୀକାୟତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେପରି କହିଥିଲେ ଯେ ଥାଳି ବାଡେ଼ଇଲେ କରୋନା ଦୂରେଇଯିବ, ସେହିଭଳି କୃଷକମାନେ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଥାଳି ବାଡ଼େଇଛନ୍ତି।

- Advertisement -

ସେ କହିଛନ୍ତି ଯେ ଏହା ସରକାରଙ୍କ ପାଇଁ ଏକ ସଙ୍କେତ ଅଟେ ଯେ ସରକାର ସୁଧୁରି ଯିବେ ଓ ମନୋନ୍ହାବାରେ ପରିବର୍ତ୍ତନ ଆଣିବେ। ସେ କହିଛନ୍ତି, ଡିସେମ୍ବର ୨୯ରେ ସରକାରଙ୍କ ସହ କୃଷକ ସଂଗଠନ ଆଲୋଚନା କରିବେ। ସେ ନୂଆ ବର୍ଷ ସମସ୍ତଙ୍କ ପାଇଁ ଶୁଭ ହେଉ ବୋଲି କହିବା ସହ ଯଦି ମୋଦୀ ଜୀ କୃଷି ଆଇନ ପ୍ରତ୍ୟାହାର କରନ୍ତି ତେବେ ନୂଆ ବର୍ଷ ମଧ୍ୟ କୃଷକମାନଙ୍କ ପାଇଁ ଶୁଭ ହେବ ବୋଲି କହିଛନ୍ତି।

ଏଥି ସହିତ ପଞ୍ଜାବ ଏବଂ ହରିୟାଣାରେ ଟୋଲ ସବୁଦିନ ପାଇଁ ଖୋଲା ରହିବ ବୋଲି କ୍ରାନ୍ତିକାରୀ କୃଷକ ସଂଘର ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି। ଡିସେମ୍ବର ୩୦ରେ ସିଙ୍ଗୁ ସୀମାରୁ ଟ୍ରାକ୍ଟର ମାର୍ଚ୍ଚ ବାହାରିବା ବୋଲି ସେ କହିଛନ୍ତି। ଇତି ମଧ୍ୟରେ ପଞ୍ଜାବର ଅନ୍ୟ ଜଣେ କୃଷକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ଚାଷୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି। ଚିଠିର କିଛି ଅଂଶ ଟାଇପ୍ ଓ କିଛି ଅଂଶ କଲମରେ ଲେଖାଯାଇଛି। ଏପର୍ଯ୍ୟନ୍ତ ଆତ୍ମହତ୍ୟା ଏବଂ ଥଣ୍ଡା ଯୋଗୁଁ ଏହି ଆନ୍ଦୋଳନରେ ୩୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଛି। ଆତ୍ମହତ୍ୟା କରିଥିବା ଚାଷୀ ଅମରଜିତ ସିଂ ବୋଲି ଜଣାପଡିଛି। ସେ ଜଣେ କୃଷକ ତଥା ଓକିଲ ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ କେବଳ ଅଳ୍ପ କିଛି ଲୋକଙ୍କର ହୋଇ ରହିଛନ୍ତି।

ସେହିପରି ଆନ୍ଦୋଳନରୁ ଫେରି ଆସିଥିବା ହୋଶିଆରପୁରର କୃଷକ ହୃଦଘାତରେ ଏବଂ ଥଣ୍ଡା କାରଣରୁ ଅନ୍ୟ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏକ ମାସ ଧରି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ କୃଷକ ଆନ୍ଦୋଳନକୁ ଯାଇଥିବା ହୋଶିଆରପୁର ଜିଲ୍ଲାର ଜଣେ କୃଷକ ଘରକୁ ଫେରିବା ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ମୃତ କୃଷକ ଭୁପିନ୍ଦର ସିଂଙ୍କ ପୁଅ ମୋହନ ସିଂ ବୋଲି ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories