www.samajalive.in
Saturday, December 13, 2025
14.1 C
Bhubaneswar

ବଧୂ ନେବାକୁ ହେଲିକପ୍ଟରରେ ଆସିଲେ ଚାଷୀ ପୁଅ

ମୁଙ୍ଗେଲୀ : ଛତିଶଗଡର ମୁଙ୍ଗେଲୀ ଜିଲାର ଘୋରପୁରା ଗାଁରେ ଏକ ନିଆରା ଢଙ୍ଗରେ ବିବାହ ଦେଖିବାକୁ ମିଳିଛି । ଜଣେ ଚାଷୀ ପୁଅ ବିବାହ ପାଇଁ ହେଲିକପ୍ଟରରେ ପହଞ୍ଚିଛି । ଏହି ଖବର ଶୁଣିବା ପରେ ବରକୁ ଦେଖିବା ପାଇଁ ଭିଡ ଜମିଥିଲା । ଏହାକୁ ନେଇ ମୁଙ୍ଗେଲୀ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଏହି ଶୁଭ ମୁହୂର୍ତ୍ତ ଅବସରରେ ବର ଓ ତାଙ୍କ ପରିବାରଲୋକଙ୍କ ମଧ୍ୟରେ ଅସୁମାରୀ ଖୁସୀ ଦେଖିବାକୁ ମିଳିଛି ।

pic courtesy aajtak

ଘୋରପୁରା ବାସିନ୍ଦା ଅଙ୍କୁଶଙ୍କ ସତନା ଜିଲାର ଆଦର୍ଶିତା ସିଂହ ନାମକ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଅଙ୍କୁଶ ଙ୍କ ଜେଜେ ବାପା ଧର୍ମରାଜ ସିଂହଙ୍କ ଇଚ୍ଛା ଥିଲା ଯେ, ତାଙ୍କ ନାତି ବର ବେଶରେ ଘୋଡିରେ ନଚଢି ହେଲିକପ୍ଟରେ ବିବାହ ମଣ୍ଡପରେ ପହଞ୍ଚନ୍ତୁ । ଅଙ୍କୁଶ ଜେଜେବାପାଙ୍କ ଇଚ୍ଛା ପୁରା କରିବାକୁ ଯାଇ ହେଲିକପ୍ଟରରେ କନ୍ୟାଘର ଗ୍ରାମରେ ପହଞ୍ଚିଥିଲେ । ସେଠାରେ ବିବାହ ସାରି ବଧୂ ଆଦର୍ଶିତ ସିଂହଙ୍କୁ ଧରି ପୁଣି ହେଲିକପ୍ଟରେ ଯୋଗେ ମୁଙ୍ଗେଲୀ ଫେରିଥିଲେ ।

- Advertisement -
pic courtesy aajtak

ନେତା, ରାଜନେତା ଏବଂ ଧନୀ ଶ୍ରେଣୀର ଲୋକ ପାଇଁ ହେଲିକପ୍ଟରେ ଉଡିବା କିଛି ବଡ ନୁହେଁ । କିନ୍ତୁ ଜଣେ ଚାଷୀ ପୁଅ ହେଲିକପ୍ଟର ଚଢି ବିବାହ ମଣ୍ଡପରେ ପହଞ୍ଚିବା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି । ହାଇଦ୍ରାବାଦରୁ ଏହି ହେଲିକପ୍ଟର ଭଡାରେ ନେଇଥିଲେ ବୋଲି ଅଙ୍କୁଶ କହିଛନ୍ତି । ହେଲିକପ୍ଟର ଉଡାଣ ଓ ଅବତରଣ ପାଇଁ ସେ ଜିଲା ପ୍ରଶାସନରୁ ଅନୁମତି ନେଇଥିଲେ । ଏହା ଘଟଣା ତାଙ୍କ ଗ୍ରାମରେ ପ୍ରଥମ ବୋଲି ଅଙ୍କୁଶ କହିଛନ୍ତି ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories