www.samajalive.in
Wednesday, December 10, 2025
16.1 C
Bhubaneswar

କ୍ଷେତରେ କାମ କରୁଥିବା ବେଳେ କୃଷକଙ୍କୁ ହତ୍ୟା; ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। କ୍ଷେତରେ କାମ କରୁଥିବା ଜଣେ କୃଷକଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯାଇଛନ୍ତି ଦୁର୍ବୃତ୍ତ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜବଲପୁରର ତିଲୱାରା ଥାନା ଅନ୍ତର୍ଗତ ପାରାସିୟା ଗାଁରେ ସୋମବାର ଦ୍ବିପ୍ରହରରେ କୃଷକ ଗୟା ପ୍ରସାଦ(୬୦)ଙ୍କୁ ଗଳାକାଟି ହତ୍ୟା କରିଛନ୍ତି କିଛି ଅଜଣା ଅପରାଧୀ। ଦିନ ୩ଟା ସମୟରେ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ତିଲୱାରା ଥାନା ଅଧିକାରୀ ରାହୁଲ ସାଇୟାଁ କହିଛନ୍ତି ଯେ, କିଛି ଅଜଣା ବ୍ୟକ୍ତି କୃଷକଙ୍କ ଗଳା କାଟି କଟା ମୁଣ୍ଡକୁ ନେଇ ଯାଇଛନ୍ତି। କୃଷକ ଜଣକ କ୍ଷେତରେ କାମ କରୁଥିବା ବେଳେ ଏହି ଘଟଣା ଘଟିଛି। ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

- Advertisement -

 

 

 

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories