www.samajalive.in
Wednesday, December 10, 2025
23.1 C
Bhubaneswar

ରସୁଣ ପରଟା

ଶୀତଦିନେ ଅନେକ ଜଳଖିଆ ବିକଳ୍ପ ଅଛି । ମାତ୍ର ଅଧିକାଂଶ ଲୋକେ ପରଟା ଓ ବିଭିନ୍ନ ଚଟଣି ଖାଇବାକୁ ପସନ୍ଦ କରନ୍ତି। ସେଭଳି ଏକ ସ୍ୱାଦିଷ୍ଟ ପରଟା ହେଉଛି ରସୁଣ ପରଟା। ଶୀତଦିନେ ରସୁଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ରସୁଣ ପରଟା କିପରି ପ୍ରସ୍ତୁତ କରାଯାଏ…..
ପ୍ରସ୍ତୁତି ପ୍ରଣାଳୀ : ଆପଣ ପ୍ରଥମେ ରସୁଣକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା କାଟି କରି ମିଶାନ୍ତୁ। ବର୍ତ୍ତମାନ ଏଥିରେ ଲୁଣ ଏବଂ ଜୁଆଣି ଭଲ ଭାବେ ମିଶାନ୍ତୁ।
ଏବେ ଏକ ପାତ୍ରରେ ଅଟା,ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଭଲ ଭାବେ ମିଶାଇ ପାଣି ପକାଇ ଚକଟା ପ୍ରସ୍ତୁତ କରନ୍ତୁ। ଚକଟିବା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ପୁରୀ ଆକାରର ବେଲନ୍ତୁ। ବେଲିବା ପରେ ଏଥିରେ ଅଳ୍ପ ଘିଅ ଲଗାଇ ପୂର୍ବ ପ୍ରସ୍ତୁତ ରସୁଣକୁ ପୁର ଭଳି ଭର୍ତ୍ତି କରି ଗୁଳା କରି ପରଟା ଆକୃତିର ବେଲନ୍ତୁ। ଏହାପରେ ଗ୍ୟାସ ଲଗାଇ ତାୱା ଗରମ କରି ବେଲିଥିବା ପରଟାକୁ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରସୁଣ ପରଟା।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories