www.samajalive.in
Wednesday, December 10, 2025
17.1 C
Bhubaneswar

ବିଷ ପିଇ ଆତ୍ମହତ୍ୟା କଲେ କୃଷକ ବାପ-ପୁଅ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରି ଛାଡ଼ିଗଲେ ଚିଠି

ଋଣ ଭାର ଯୋଗୁ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି କୃଷକ ବାପ-ପୁଅ। ପଞ୍ଜାବର ହୋଶିୟାରପୁର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୁହଦ୍ଦୀପୁର ଗାଁରେ ୭୦ ବର୍ଷୀୟ କୃଷକ ଜଗତାର ସିଂହ ତାଙ୍କର ୪୫ ବର୍ଷୀୟ ପୁଅକୁ ବିଷ ଦେବା ସହିତ ନିଜେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଜଗତାର ସିଂହ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ିଯାଇଛନ୍ତି, ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି।

ଜଗତାର୍‌ ସିଂହ ସୁଇସାଇଡ୍‌ ନୋଟରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ  ସରକାର ଋଣ ଛାଡ଼ କରିବା ଲାଗି ପ୍ରତିଶ୍ରୁତ କରିଥିଲା, କିନ୍ତୁ ତାଙ୍କ ଋଣ ଛାଡ଼ କରାଗଲା ନାହିଁ। ସେଥିଲାଗି ସେ ଅତ୍ୟନ୍ତ ଚିନ୍ତିତ ଥିଲେ। ଯାହା କିଛି ବାକି ଥିଲା ସେସବୁ ମୋଦୀ ସରକାରଙ୍କ ଦ୍ବାରା ପ୍ରସ୍ତୁତ କୃଷି ଆଇନ ଯୋଗୁ ନଷ୍ଟ ହୋଇଗଲା। ଏଥିପାଇଁ ସେ ନିଜ ପୁଅ ସହିତ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ନୋଟ୍‌ରେ ଲେଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories