www.samajalive.in
Sunday, December 7, 2025
26.1 C
Bhubaneswar

କାଳବୈଶାଖୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି

ବଡ଼ସାହି : କାଳବୈଶାଖୀ ଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷା ପାଇଁ ମୟୂରଭଞ୍ଜ ଜିଲା ବଡ଼ସାହିବ୍ଲକର ଭୀମଦା, ମାଣତ୍ରୀ, ମାନଗୋବିନ୍ଦପୁର, ଶାଳଗାଁ, ଚନ୍ଦନପୁର, ଦୁର୍ଗାପୁର, କୋଚିଳାଖୁଣ୍ଟା, ଯୋଗୀନୂଆଗାଁ, ବଡ଼ସାହି, ବଳଭଦ୍ରପୁର, ମାଧପୁର, ପ୍ରତାପପୁର, ସୁହାଗପୁର, ଛେଳିଆ, ଦେଉଳିଆ ଓ ପଟିସାରୀ ପଞ୍ଚାୟତର ପନିପରିବା ଓ ଡ଼ାଳୁଅ ଧାନ ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ତାଲାବନ୍ଦ ପାଇଁ ଚାଷକୁ ଆପଣାଇଥିବା ଚାଷୀ କ୍ଷତି ପାଇଁ ଧୋର୍ଯ୍ୟହରା ହୋଇଥିବା ବେଳେ ପାରମ୍ଭାରିକ ଚାଷୀ ବଜାରର ଅଭାବୀ ବିକ୍ରି ଜନିତ କ୍ଷତି ପରେ କାଳବୈଶାଖୀ କ୍ଷତି ବେଡ଼ି ଉପରେ କରୋଡ଼ା ସଦୃଶ୍ୟ ହୋଇଛି। ଚାଷ କାର୍ଯ୍ୟର ପ୍ରାରମ୍ଭ ଅକ୍ଷୟ ତୃତୀୟା ସମୟରେ ଚାଷ ଜମିରେ ପାଣିର ଲହଡ଼ି ଖେଳୁଛି।

ଭୀମଦା ପଞ୍ଚାୟତ, ଚେଙ୍ଗୁଆ-ମଙ୍ଗଳପୁରର ଚାଷୀ ଧୀରେନ୍ଦ୍ର ମାଟିଆଙ୍କ କହିବା ଅନୁସାରେ ଡ଼ାଳୁଅ ଧାନ, ଆଖୁ, କଦଳୀ, ଅମୃତଭଣ୍ଡା, ଆମ୍ବ, ମୁଗ, ବିରି, ଖସା, ସୂର୍ଯ୍ୟମୁଖୀ, ଚିନାବାଦାମ, ମକା, ଜହ୍ନି, କଲରା, ପୋଟଳ, ବିଲାତି, ନାଡୁକା, ଲଙ୍କା, କୁନ୍ଦୁରୀ, ଛଛିନା, ତାଳୁ, କଖାରୁ ଓ ତରଭୁଜ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା କହିଛନ୍ତି। ମାଟିରେ ଥିବା ଚାଷ ପାଣିରେ ବୁଡ଼ିଥିବା ବେଳେ ମଞ୍ଚାଚାଷ ପବନ ପାଇଁ ଭୁଇଁରେ ପଡ଼ିଛି। ସର୍ବସ୍ୱ ପୁଞ୍ଜି ବିନଯୋଗ ପୂର୍ବକ ପରିବାରର ସମସ୍ତ ସଦସ୍ୟଙ୍କ ଶ୍ରମଦାନରେ ଅମଳ ସମୟରେ ପ୍ରକୃତି ଦାଉ ସାଧୁଛି ବୋଲି ସେ କହିଛନ୍ତି। ମାସେ ହେବ ବାହାରୁ ବେପାରୀ ଗାଁକୁ ଆସୁନଥିବା ବେଳେ ଅମଳ ପନିପରିବା ଅଭାବୀ ବିକ୍ରି ପାଇଁ ପାଖ ସାପ୍ତାହିକ ହାଟକୁ ନେଇ ବିକ୍ରିବଟା କରି ମୂଳ ଫେରିବା ଅସମ୍ଭବ ହେଉଥିଲେ ହେଁ ପରିବାର ଗୁଜରାଣ ମେଣ୍ଟାଉ ଥିଲା। ପରନ୍ତୁ କାଳବୈଶାଖୀ ସେତିକି ମଧ୍ୟ ସାରିଦେଲା ବୋଲି କୋହଭରା କଣ୍ଠରେ ଉତ୍ତର ଦେଇଛନ୍ତି ଚାଷୀ ଜଣକ। କେବଳ ମାଟିଆଙ୍କ କ୍ଷେତ୍ରରେ ନୁହେଁ, ଉପରୋକ୍ତ ପଞ୍ଚାୟତରେ ଶତାଧିକ ଚାଷୀଙ୍କ ସମାନ ଅବସ୍ଥା। କ୍ଷୟକ୍ଷତି ଆକଳନ ପାଇଁ କୃଷି ଅଧିକାରୀ କ୍ଷେତ୍ରପରିଦର୍ଶନ କରିବା ଦୂରରେ ଥାଉ ବ୍ଲକରେ କାର୍ଯ୍ୟରତ କୃଷି ବିଭାଗର ସୀମିତ କର୍ମଚାରୀଙ୍କର ମଧ୍ୟ ଏହି ସମୟରେ ଦେଖା ମିଳୁନଥିବା ଚାଷୀଗଣ ଅଭିଯୋଗ କରିଛନ୍ତି। ତୁରନ୍ତ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ସର୍ଭେ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories