www.samajalive.in
Sunday, December 14, 2025
14.1 C
Bhubaneswar

ଫନି ପ୍ରଭାବରେ ବହୁ ଶିକ୍ଷାନୁଷ୍ଠାନ ଧରାଶାୟୀ; ଉଡ଼ିଯାଇଛି ଆଜବେଷ୍ଟସ, କାନ୍ଥ ଭାଙ୍ଗି ପଡ଼ିଛି

ନେମାଳ: ବାତ୍ୟା ‘ଫନି’ ମାଡ଼ରେ ନେମାଳ ଥାନା ଅଞ୍ଚଳରେ ବହୁ ସ୍କୁଲ ସମେତ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଶିକ୍ଷାନୁଷ୍ଠାନର ଆଜବେଷ୍ଟସ୍ ଉଡି ଭାଙ୍ଗିଯାଇଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏପରି କି  ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉକ୍ତ ଶିକ୍ଷା ଅନୁଷ୍ଠାନଗୁଡ଼ିକର ନୂତନ ଶ୍ରେଣୀ ଗୃହ ନିର୍ମାଣ ସହିତ ମରାମତି କାର୍ଯ୍ୟ  କରା ନ ଗଲେ  ଉକ୍ତ ଅଞ୍ଚଳରେ  ଶିକ୍ଷା ବ୍ୟବସ୍ଥା  ଭୁଶୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି।

- Advertisement -

ବିଶେଷ  କରି ସର୍ବପୁରାତନ ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ସମସ୍ତ ଘର ଭାଙ୍ଗିଧୂଳିସାତ୍ ହୋଇଥିଲା ବେଳେ କଣ୍ଟାପାରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଓରିକଣ୍ଟା  ଲାଲବାହାଦୂର ବିଦ୍ୟାପୀଠ, ସାନ୍ତପୁର ଜୟନ୍ତୀଦେବୀ ଉଚ୍ଚ ନୋଡାଲବିଦ୍ୟାଳୟ, ଜୁବୁଲି ବିଦ୍ୟାପୀଠ ବନ୍ଧକାଟିଆ, ଜୟନ୍ତୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ନଗସପୁର, ନରୁଆ ମଙ୍ଗଳପୁର ବିଦ୍ୟାପୀଠ, ନଗସପୁର ଶକୁନ୍ତଳା ଭୂୟାଁ ବିଦ୍ୟାପୀଠ, ରଘୁନାଥ ଜୀଉ ବିଦ୍ୟାପୀଠ ବନ୍ଧୁପୁର, କେଉଟୁଲି ପ୍ରାଥମିକ ବିଦ୍ୟାଳୟ, ନଇଗୁଆଁ ଦାଉଦପୁର ହାଇସ୍କୁଲ, ବଳରାମପୁର ବିଦ୍ୟାପୀଠ ଜନାର୍ଦ୍ଦନପୁର, ଦୁଲୁପୁର ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଦି ବହୁ ବିଦ୍ୟାପୀଠର ଶ୍ରେଣୀଗୃହ ଭାଙ୍ଗିରୁଜି ଯାଇଛି। ତେବେ  ପ୍ରଶାସନ ତରଫରୁ ଉକ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକୁ ଅନୁଧ୍ୟାନ କରାଯାଇ ମରାମତି କରିବା ଲାଗି ସାଧାରଣରେ ଦାବି ହୋଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories