www.samajalive.in
Sunday, December 14, 2025
14.1 C
Bhubaneswar

ନୟାଗଡ଼ରେ ‘ଫନୀ’ କ୍ଷୟକ୍ଷତି ପରିମାଣ ୫୫୨୮ ଲକ୍ଷ

ନୟାଗଡ଼: ବାତ୍ୟା ‘ଫନୀ’ ଦ୍ୱାରା ନୟାଗଡ଼ ଜିଲ୍ଲାରେ ୧୦୧୩ ଗୋଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୩୪୪୦୮୬ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୩୧୬.୮୫ ହେକ୍ଟର ଜମିରେ ୨୯.୪୨ଲକ୍ଷ ଟଙ୍କାର ଉଦ୍ୟାନ ଚାଷର ମଧ୍ୟ କ୍ଷୟକ୍ଷତି ଘଟିଛି। ଜିଲ୍ଲାରେ ମୋଟ ୪୦୪୬ଟି ଘର ଆଂଶିକ କ୍ଷତିଗ୍ରସ୍ତ, ୧୭୯ଟି କଚ୍ଚାଘର ସମ୍ପୂର୍ଣ ନଷ୍ଟ ହୋଇଛି। ସଂପୂର୍ଣ୍ଣ ଓ ଆଂଶିକ ଭାବେ ନଷ୍ଟ ହୋଇଥିବା ଘରର ମୂଲ୍ୟ ୨୮୯.୩୪ଲକ୍ଷ ଟଙ୍କା ଆକଳନ କରାଯାଇଛି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଆଉ ଆହତ ହୋଇଛନ୍ତି। ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭଗର ୪୬ଗୋଟି ରାସ୍ତା, ୧୦୯ଗୋଟି ପକ୍କାଘର, ୪ଗୋଟି ସ୍କୁଲ ଘର ନଷ୍ଟ ହୋଇଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୨୬ଗୋଟି ସରକାରୀ ଘର ନଷ୍ଟ ହୋଇଥିବା ବେଳେ ଜଳସେଚନ ବିଭାଗର ଗୋଟିଏ କାର୍ଯ୍ୟାଳୟର ଛାତ ଉଡ଼ିଯାଇଛି।

ସେହିପରି ଉଠାଜଳସେଚନ ବିଭାଗର ୫୭ଟି ପ୍ରକଳ୍ପରେ ବିଦ୍ୟୂତ୍‍ ସଂଯୋଗ ବିଚ୍ଛିନ୍ନ ହୋଇଛି। ସେସୁ ବିଭାଗର ୨୨୧ଟି ପ୍ରକଳ୍ପରେ ବିଦ୍ୟୁତ୍‍ ଯୋଗାଣ ନଷ୍ଟ ହୋଇଛି। ୯୯୯ଗୋଟି ସ୍କୁଲଘର, ଗ୍ରାମ ପଞ୍ଚାୟତ ରାସ୍ତା ଓ ସରକାରୀ କାର୍ଯ୍ୟାଳୟର କ୍ଷୟକ୍ଷତି ଘଟିଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ୩୩ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର କ୍ଷୟକ୍ଷତି ମଧ୍ୟ ହୋଇଛି। ନୟାଗଡ଼ ପୌରାଂଚଳର ୩ଟି କଲଭର୍ଟ ଓ ନାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବୟନଶିଳ୍ପ ବିଭାଗର ଗୋଟିଏ କର୍ମଶାଳା ଗୃହ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories