www.samajalive.in
Sunday, December 7, 2025
23.1 C
Bhubaneswar

ଫନି କ୍ଷୟକ୍ଷତିର ଚୁଡ଼ାନ୍ତ ରିପୋର୍ଟ : ୯୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

ଭୁବନେଶ୍ବର : ଭୟଙ୍କର ବତ୍ୟା ଫନିରେ ରାଜ୍ୟର କ୍ଷୟକ୍ଷତି ସଂପର୍କରେ ସରକାରଙ୍କ ପକ୍ଷରୁ ଚୁଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି । ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ଏହି ଚୁଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି।

ବାତ୍ୟା ଫନି ଯୋଗୁଁ ରାଜ୍ୟରେ ମୋଟ୍ ୯୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ତେବେ ସର୍ବସାଧାରଣଙ୍କର ୬୬୪୩.୬୩ କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ପ୍ରଭାବିତଙ୍କ ରିଲିଫ୍ ପାଇଁ ୨୬୯୨.୬୩ କୋଟି ଟଙ୍କାର ଆବଶ୍ୟକତା ରହିଛି।

- Advertisement -

ବାତ୍ୟାରେ ରାଜ୍ୟର ୧୪ଟି ଜିଲ୍ଲାର ୨୦,୩୬୭ଟି ଗାଁ ପ୍ରଭାବିତ ହୋଇଛି । ରାଜ୍ୟର ମୋଟ୍ ୧ କୋଟି ୬୦ ଲକ୍ଷ ଲୋକ ଫନି ଦ୍ବାରା ପ୍ରଭାବିତ ହୋଇଛନ୍ତି । ୧ ଲକ୍ଷ ୮୮ ହଜାର ହେକ୍ଟର ଜମିର ଫସଲ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୫,୫୬,୭୬୧ ଘର ଆଂଶିକ ଓ ସଂମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ବାତ୍ୟାରେ ୬୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାକୁ ୧୩୫୭.୧୪ କୋଟି ଟଙ୍କାର ସହାୟତା ଦିଆଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories