ମିଛ ସମ୍ବାଦ – ମାର୍ଚ୍ଚ ୧୩ରେ ହେବନି ନିର୍ବାଚନ ଘୋଷଣା

ଲୋକସଭା ନିର୍ବାଚନ ୨୦୨୪ କାର୍ଯ୍ୟସୂଚୀର ନକଲି ହ୍ଵାଟ୍ସଆପ୍ ମେସେଜକୁ ଖଣ୍ଡନ କଲା ନିର୍ବାଚନ କମିଶନ

ଡେସ୍କ: ୨୦୨୪ ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀକୁ ନେଇ ପ୍ରସାରିତ ହେଉଥିବା ଏକ ନକଲି ହ୍ଵାଟ୍ସଆପ୍ ମେସେଜକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ନିର୍ବାଚନ ଆୟୋଗ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରିନାହାଁନ୍ତି ଏବଂ ଏହାକୁ ଏକ ମିଥ୍ୟା ବାର୍ତ୍ତା ବୋଲି କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ, ୨୭ ବର୍ଷୀୟ ଭାରତୀୟ ନାଗରିକ ମୃତ

ଇସିଆଇ ଟିମ୍ ଏବେ ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରସ୍ତୁତିର ଆକଳନ କରୁଛନ୍ତି ଏବଂ ମାର୍ଚ୍ଚ ୧୩ ସୁଦ୍ଧା ସେମାନଙ୍କ ଆକଳନ ଶେଷ ହେବାର ସମ୍ଭାବନା ରହିଛି।

Comments are closed.