ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ, ୨୭ ବର୍ଷୀୟ ଭାରତୀୟ ନାଗରିକ ମୃତ

ଡେସ୍କ: ଆମେରିକାର ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଫାଜିଲ ଖାନ୍ ବୋଲି ଜଣାପଡ଼ିଛି। ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଏ ନେଇ ଶୋକ ପ୍ରକାଶ କରିଛି। ନ୍ୟୁୟର୍କର ଅଗ୍ନିଶମ ବିଭାଗ ଅନୁଯାୟୀ, ଶୁକ୍ରବାର ହାର୍ଲେମ୍ ଆପାର୍ଟମେଣ୍ଟ ବିଲ୍ଡିଂରେ ଲିଥିୟମ୍-ଆୟନ୍ ବ୍ୟାଟେରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଥିବା ବେଳେ ଶତାଧିକ ଲୋକ ବିସ୍ଥାପିତ ହୋଇଥିବା ସୂଚନା ମିଳିଛି।

ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ ସେହି କୋଠାକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି ଏବଂ ରେଡକ୍ରସ ପକ୍ଷରୁ ନିକଟସ୍ଥ ଏକ ବିଦ୍ୟାଳୟରେ ଲୋକମାନଙ୍କୁ ରଖାଯାଇଛି। ଏଫଡିଏନୱାଇ ଅନୁଯାୟୀ, ୨୦୨୩ରେ ଲିଥିୟମ-ଆୟନ ବ୍ୟାଟେରୀ ଯୋଗୁଁ ସହରରେ ୨୬୭ ଟି ଅଗ୍ନିକାଣ୍ଡ ଘଟିଥିଲା, ୧୫୦ ଜଣ ଆହତ ହୋଇଥିଲେ ଏବଂ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା।

କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଭାଗ୍ୟଫଳ

Comments are closed.