www.samajalive.in
Monday, December 8, 2025
14.1 C
Bhubaneswar

ଚେତାଇଦେଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ : ଜିଡିପିରେ ହ୍ରାସ ଦେଶର ଅର୍ଥନୀତି ପାଇଁ ସତର୍କଘଣ୍ଟି

ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷର ଜୁନ୍‌ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ୨୩.୯% ହ୍ରାସ ଦେଶର ଅର୍ଥନୀତି ପାଇଁ ଏକ ସତର୍କଘଣ୍ଟି । ତେବେ ବର୍ତ୍ତମାନ ସମୟ ହେଉଛି ଅମଲାତନ୍ତ୍ର ଦ୍ବାରା ଏକ ଫଳପ୍ରଦ ପଦକ୍ଷେପ ନେବାର ସମୟ ​‌ବୋଲି ଚେତାଇ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ।

ବର୍ତ୍ତମାନ ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟର ପରିଚାଳନା ଲାଗି ଏକ ଚିନ୍ତାଶୀଳ ଏବଂ ସକ୍ରିୟ ସରକାରର ଆବଶ୍ୟକତା ରହିଛି । ଜିଡିପି ଅଭିବୃଦ୍ଧିରେ ଏଭଳି ବୃହତ୍‌ ହ୍ରାସ ଏବେ ସମସ୍ତଙ୍କ ପାଇଁ ଏକ ସତର୍କଘଣ୍ଟି । ଏହି ସମୟରେ କୋଭିଡରେ ବିଶ୍ବରେ ସର୍ବାଧିକ ପ୍ରଭାବିତ ଇଟାଲୀର ଜିଡିପି ଅଭିବୃଦ୍ଧିରେ ୧୨.୪% ଏବଂ ଆ​ମେରିକାର ୯.୫% ହ୍ରାସ ଘଟିଥିବାବେଳେ ଭାରତର ୨୩.୯% ହ୍ରାସ ଘଟିଥିବା ରାଜନ୍‌ ତାଙ୍କର ଲିଙ୍କଡିନ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନର ସରକାର କ​‌ରୋନା ପ୍ରଭାବିତ କ୍ଷେତ୍ରଗୁଡିକୁ ବର୍ତ୍ତମାନ ସମୟରେ ଅଧିକ ଆର୍ଥିକ ସହାୟତା ଦେବା ଅପେକ୍ଷା ସେହି ପାଣ୍ଠିକୁ ଭବିଷ୍ୟତରେ ପ୍ରୋତ୍ସାହନ ରାଶି ଆକାରରେ ଦେବାକୁ ସଞ୍ଚୟ କରୁଥିବା ସେ ଅଭିଯୋଗ କରିଛନ୍ତି । ସରକାରଙ୍କର ଏହା ଏକ ରକ୍ଷଣାତ୍ମକ ନୀତି ​‌ବୋଲି ସେ ଅଭିହିତ କରିଛନ୍ତି । ରାଜନ୍‌ଙ୍କ ମତ​‌ରେ ଜଣେ ରୋଗୀକୁ ବେଡ୍‌ରେ ଚିକିତ୍ସା ହେବା ସମୟରେ ବା ​‌ସେ​‌ ସହ ଲଢ଼ୁଥିବାବେଳେ ସବୁ ସୁବିଧା ଦିଆଯାଇଥାଏ, ପରେ ନୁହେଁ ​ବୋଲି ରାଜନ୍‌ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories