www.samajalive.in
Monday, December 15, 2025
14.1 C
Bhubaneswar

ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ, ଫୋନ୍ ଯୋଗେ ଦେଉଥିଲା ଧମକ

ମିର୍ଜାପୁର, ୧୭ା୯: ଉତ୍ତର ପ୍ରଦେଶ ମିର୍ଜାପୁରରେ ଏକ ନକଲି ପୁଲିସକୁ ଗିରଫ କରିଛି ଅସଲି ପୁଲିସ। ଭଟନି ଜନପଦ ଦେବରିୟାରେ ରହୁଥିବା ଏହି ଠକ ନାଁ ଅମରେନ୍ଦ୍ରନାଥ ତିଓ୍ବାରୀ ଓରଫ ଆୟୁଷ। ଇନଷ୍ଟାଗ୍ରାମରେ ବନ୍ଧୁ ହେବା ପରେ ଜ୍ଞାନ ପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କଠୁ କଛବା ଥାନାରେ ରୁଜୁ ଏକ ମାମଲାର ରିପୋର୍ଟ ବଦଳାଇବା ପାଇଁ ୬୦ ହଜାର ଟଙ୍କା ନେଇଥିଲା ଆୟୁଷ । ଏହା ପରେ ଥାନାକୁ ଫୋନ୍ କରି ନକଲି ଆଇଜି ସାଜି ଇନ୍ସପେକ୍ଟରଙ୍କୁ ମାମଲାର ରିପୋର୍ଟକୁ ବଦଳାଇବାକୁ ଧମକାଇଲା। କିନ୍ତୁ ଇନ୍ସପେକ୍ଟର ତାକୁ ସରକାରୀ ସିୟୁଜି ନମ୍ବରରୁ ଫୋନ୍ କରିବାକୁ କହିବାରୁ ସେ ଫୋନ୍ କାଟିଦେଲା। ଏଥିରେ ପୁଲିସକୁ ସନ୍ଦେହ ହେଲା। ଅନ୍ୟପଟେ ରିପୋର୍ଟ ନବଦଳିବାରୁ ପଇସା ଦେଇଥିବା ଲୋକ ପଚାରିବାରୁ ତାକୁ ଗାଳି ଗୁଲଜ କଲା ଆୟୁଷ। ଏନେଇ ସେ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ ପରେ ସବୁ ସତ ସାମ୍ନାକୁ ଚାଲିଆସିଲା। ପୁଲିସ ତାକୁ ଗିରଫ କରିବା ପରେ ପୂର୍ବରୁ ଅନେକ ଥର ନକଲି ନେତା, ପୁଲିସ ସାଜି ସେ ଲୋକଙ୍କୁ ଠକିଥିବା ଥାନାରେ ସ୍ବୀକାର କରିଛି। ତା ନିକଟରୁ ୨ଟି ମୋବାଇଲ ଫୋନ୍ ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories