www.samajalive.in
Sunday, December 14, 2025
17.1 C
Bhubaneswar

ମାଓବାଦୀ ନାଁରେ ଚାନ୍ଦା ଅସୁଲ; ୨ ଗିରଫ

କଲମପୁର : ନିଜକୁ ମାଓବାଦୀ କହି ଅଫିସର, ବ୍ୟବସାୟୀ, ରାଜନେତା ଓ ଠିକାଦାରମାନଙ୍କ ଠାରୁ ବିଭିନ୍ନ ସମୟରେ ମୋଟା ଅଙ୍କର ଚାନ୍ଦା ଅସୁଲି କରୁଥିବା ନକଲି ମାଓବାଦୀଙ୍କୁ କଳାହାଣ୍ଡି ପୁଲିସ ଗିରଫ କରିବାରେ ସଫଳ ହେଇଛି। ଗିରଫ ନକଲି ମାଓବାଦୀଙ୍କ ସମେତ ତାଙ୍କର ସହଯୋଗୀକୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ, ଗତ ୧୦.୬ ଦିନ ଥୁଆମୁଳ ରାମପୁର ବ୍ଲକର ମହୁଲପାଟଣା ଓ ପାଡେପଦର ପଂଚାୟତର କାର୍ଯ୍ୟ ନିର୍ବହୀ ଅଧିକାରୀ ଭାବେ କାର୍ଯ୍ୟରତ ଜୟପାଟଣା ଥାନା ଅଧିନସ୍ଥ ଘଣ୍ଟିଗୁଡା ଗ୍ରାମର ହମରାଜ ନାଏକଙ୍କୁ ମାଓବାଦୀ ସଂଗଠନକୁ ୨ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ ଫୋନ ମାଧ୍ୟମରେ ଜଣାଇଥିଲେ। ଏହି ଟଙ୍କା ନଦେଲେ ତାଙ୍କକ ପରିବାର ସହ ତାଙ୍କର ଜୀବନ ପ୍ରତି ବିପଦ ଦେଖା ଦେବ ବୋଲି ଫୋନ ମାଧ୍ୟମରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଉଥିବା ବିଜେପୁର ଥାନା ଅଧିନସ୍ଥ ଜଲକିରଡି ଗ୍ରାମର ଉଦ୍ଧବ ନାଏକ ନାମକ ବ୍ୟକ୍ତି ହମରାଜକୁ କହିଥିଲେ। ହମରାଜ ଏହି ଫୋନ କଲ ପାଇବା ପରେ ଭୟଭିତ ହେଇଥିଲେ। ତୁରନ୍ତ ଏନେଇ ଥୁଆମୁଳ ରାମପୁର ଥାନାରେ ଏକ ଅଭିଯୋଗ କରିଥିଲେ। ଯାହାକୁ ଥୁଆମଉଳ ରାମପୁର ଥାନା କେସନଂ ୧୨୮/୨୧.୬.୨୦୨୨ରେ ମାମଲା ରୁଜୁ କରାଯାଇଥିଲା। ପୁଣି ଫୋନ ମାଧ୍ୟମରେ ଧମକ ଆସିବା ପରେ ସ୍ୱତନ୍ତ୍ର ପୁଲିସ ଦଳ ସହଯୋଗରେ ଧମକ ଦେଉଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ଟଙ୍କା ଦେବା ପାଇଁ ହମରାଜ ରାଜି ହେଇଥିଲେ। ଯୋଜନାବଦ୍ଧ ଭାବେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପାଳପୁର ଅଂଚଳରେ ଟଙ୍କା ଦେବା ପାଇଁ ସ୍ଥିର କରି ସମ୍ପୃକ୍ତ ନକଲି ମାଓବାଦି ଉଦ୍ଧବକୁ ସୁଚନା ଦେଇଥିଲେ। ଯୋଜନା ମୁତାବକ ଉଦ୍ଦବ ହେମରାଜଠାରୁ ଟଙ୍କା ବେଗ ନେଇ ଯାଉଥିବା ବେଳେ ସାଦ ପୋଷାକରେ ଥିବା ପୁଲିସ ବଳ ଦ୍ୱାରା ଧରାପଡ଼ିଥିଲା। ଏହାସହ ଉଦ୍ଧବଠାରୁ ଏକ ଲକ୍ଷ ଟଙ୍କା ସମେତ ୩ ଗୋଟି ମୋବାଇଲ ଫୋନ ଓ ସିମ କାର୍ଡ, ଗୋଟିଏ ମଟରସାଇକଲ ଜବତ କରାଯାଇଥିଲା। ଉଦ୍ଧବର ଏହି କାର୍ଯୟରେ ସହଯୋଗ କରିବା ସହ ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀଙ୍କ ଫୋନ ନମ୍ବର ଓ ସେମାନଙ୍କ ଆର୍ଥିକ ସ୍ଥିତି ସମ୍ବନ୍ଧରେ ସୂଚନା ଦେଉଥିବା କେଗାଁ ଥାନା ଅଧିନସ୍ତ ମଦିଗୁଡା ଗାଁର ଜରାସନ୍ଧ ସିନ୍ଦୁରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଜରାସନ୍ଧ ଥୁଆମୁଳ ରାମପୁର ବ୍ଲକରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସୁଚନା ମିଳିଛି। ଉଦ୍ଧବ ଗତ ତିନି ବର୍‍ଷ ହେବ ଏଭଳି ଅପରାଧିକ କାର୍ଯ୍ୟ କରି ଆସୁଥିବା ସ୍ୱୀକାର କରିଛି। ଉଦ୍ଧବ ନାଁରେ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ଥାନା ସମେତ ଟାଉନ ଥାନା, ସଦର ଥାନା, ଜୟପାଟଣା ଓ ନର୍ଲା ଥାନାରେ ବିଭିନ୍ନ ସମୟରେ ମାମଲା ରୁଜୁ କରାଯାଇଛି। ଉଦ୍ଧବ ଏବଂ ତାର ସହଯୋଗୀ ଜରାସନ୍ଧ କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଥୁଆମୁଳ ରାମପୁର ଥାନା ଅଧିକାରୀଙ୍କ ସମେତ ସଦର ଏସଡିପିଓ ସୁନାରାମ ହେମ୍ରମ୍‍ ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories