www.samajalive.in
Monday, December 15, 2025
17.1 C
Bhubaneswar

ବ୍ଲକ ଶିକ୍ଷାଧିକାରୀଙ୍କ ଫେସବୁକ ହ୍ୟାକ କରି ଠକେଇ

ପାଟଣା : ସାହାରପଡା ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାୟକଙ୍କ ଫେସବୁକ ହ୍ୟାକ କରି କେହି ଜଣେ ଅଜଣା ଠକ ତାଙ୍କ ନାମରେ ବିଭିନ୍ନ ଲୋକଙ୍କୁ ଗତ କାଲି ଟଙ୍କା ମାଗୁଥିଲା। ଏପରିକି ଠକର ଅନୁରୋଧକୁ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁରୋଧ ଭାବି ଘସିପୁରା ଅଞ୍ଚଳର ଜଣେ ଶିକ୍ଷକ ପ୍ରଥମେ ୧୫ ହଜାର ଟଙ୍କା ଓ ପରେ ୩ ହଜାର ଟଙ୍କା ମଧ୍ୟ ତାକୁ ଅନଲାଇନରେ ଦେଇ ଦେବା ସହ ଟଙ୍କା ପଠାଇଛି ବୋଲି ମଧ୍ୟ ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ଜଣାଇବାରୁ ନାୟକ ତାଙ୍କ ଫେସବୁକ ହ୍ୟାକ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜ ଫେସବୁକ ଜରିଆରେ କେହି ଠକାମୀର ଶିକାର ନହେବାକୁ ସୂଚନା ଦେଇଥିଲେ । କିଛି ଦିନ ତଳେ ଏହି ଭଳି ଜଣେ ଠକ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ ଦାଶଙ୍କ ଫେସବୁକକୁ ହ୍ୟାକ କରି ଅନୁରୂପ ଢଙ୍ଗରେ ସାହାଯ୍ୟ ମାଗିଥିଲା । ଦାଶ ମଧ୍ୟ ନିଜ ଫେସବୁକରେ ଏହି ଠକେଇରେ ଶିକାର ନହେବା ପାଇଁ ସୂଚନା ଦେଇଥିଲେ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories