www.samajalive.in
Sunday, December 7, 2025
14.1 C
Bhubaneswar

ତ୍ୱଚାର ଅନେକ ସମସ୍ୟାର ଗୋଟିଏ ସମାଧାନ ଏହି ଫଳ

ଧୂଳିମାଟି ,ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅନେକ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଅନେକ ପ୍ରସାଧନ ସାମଗ୍ରୀ ମଧ୍ୟ ସଭିଏଁ ବ୍ୟବହାର କରନ୍ତି। ମାତ୍ର ତ୍ୱଚାର ସଠିକ ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଥାଏ। ଯାହା ତ୍ୱଚାର ଅନେକ ଉପକାର କରିଥାଏ। ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ ସିରେ ଭରପୁର ଖଟାମିଠା ଷ୍ଟ୍ରବେରୀ ତ୍ୱଚା ପାଇଁ ଖୁବ ଉତ୍ତମ। ଷ୍ଟ୍ରବେରୀର ବ୍ୟବହାର ସାଧାରଣତଃ ତ୍ୱଚା କ୍ରିମ୍‍,ଫେଶୱାଶ ପାଇଁ ବ୍ୟବହାର ହୋଇଥାଏ। ଏହା ତ୍ୱଚାର ବିଭିନ୍ନ ପ୍ରକାର ଦାଗ, ଆଖି ତଳର କଳାଦାଗ ଦୂର କରିବା ସହ ମୁହଁର ଚମକ ବୃଦ୍ଧି କରି ଗୋରା କରିଥାଏ।
ତ୍ୱଚା ପାଇଁ ଷ୍ଟ୍ରବେରୀ ବ୍ୟବହାର କରିବା ଦ୍ୱାରା ମୁହଁର କୁଞ୍ଚନ ସମସ୍ୟା ଦୂର ହୋଇଥାଏ। ତ୍ୱଚା ପ୍ରାକୃତିକ ଭାବେ ଚମକି ଥାଏ।
ମୁହଁର ବ୍ରଣ ସମସ୍ୟାରୁ ମଧ୍ୟ ଷ୍ଟ୍ରବେରୀ ମୁକ୍ତି ଦେଇଥାଏ। ଏଥିରେ  ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ମୁହଁରୁ ବ୍ରଣ ଦୂର କରିଥାଏ। ମୁହଁରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ତ୍ୱଚାକୁ ସତେଜ ସହ କଳା ଦାଗ ଦୂର କରିଥାଏ।
ଷ୍ଟ୍ରବେରୀ ଆଖି ତଳର କଳାଦାଗ ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଗୋଟିଏ ଷ୍ଟ୍ରବେରୀ କାଟି ଫ୍ରିଜରେ ରଖନ୍ତୁ। ଏହାକୁ କିଛି ସମୟ ପରେ କାଢି ଆଖିରେ ଲଗାନ୍ତୁ। ଏହାଦ୍ୱାରା ଆଖି ତଳର କଳାଦାଗ ଦୂର ହୋଇଥାଏ।
ଷ୍ଟ୍ରବେରୀରେ ଅନେକ ମିନେରାଲ୍ସ ରହିଛି। ଏହା ତ୍ୱଚାର ରଙ୍ଗକୁ ଗୋରା କରିଥାଏ। ଏହା ଓଠକୁ ମଧ୍ୟ ପ୍ରାକୃତିକ ଉପାୟରେ ଗୋଲାପି କରିଥାଏ।
ଷ୍ଟ୍ରବେରୀ ଖାଇବା ଏହାର ଜୁସ୍‍ ପିଇବା ସହ ଏହାର ଫେସ୍‍ ପ୍ୟାକ୍‍ ମଧ୍ୟ ବ୍ୟବହାର କରି ପାରିବେ। ଏହାଦ୍ୱାରା ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ଏଥିପାଇଁ ଷ୍ଟ୍ରବେରୀ ରସରେ ମହୁ,କ୍ଷୀର ସର ମିଶାଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚାକୁ ଗୋରା କରିବା ସହ ଚମକକୁ ଦ୍ୱିଗୁଣିତ କରିଥାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories