www.samajalive.in
Sunday, December 14, 2025
19.1 C
Bhubaneswar

ନାମାଙ୍କନପତ୍ର ଦାଖଲ ବେଳେ ଅକାଳୀ ଦଳ-କଂଗ୍ରେସ ମଧ୍ୟରେ ଗଣ୍ଡଗୋଳ, ଗୁଳିବିନିମୟ

ଫିରୋଜପୁର: ପଞ୍ଜାବରେ ପୌର ପରିଷଦ ନିର୍ବାଚନକୁ ନେଇ ପରିବେଶ ସରଗରମ ହୋଇଯାଇଛି। ଜଲାଲବାଦ ପୌର ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ସିରୋମଣି ଅକାଳୀ ଦଳ (ଏସଏଡି)ର ଆଶାୟୀ ପ୍ରାର୍ଥୀ ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଉଭୟ ପକ୍ଷ ମଧ୍ୟରେ ମାରପିଟ୍‌ ହେବା ସହିତ ଗୁଳିବିନିମୟ ମଧ୍ୟ ଘଟିଛି।

ସୂଚନା ଅନୁସାରେ, ଏସଏଡି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବାବେଳେ କଂଗ୍ରେସ କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଘଟିଥିଲା। ଏସଏଡି ଅଧ୍ୟକ୍ଷ ସୁଖବୀର ସିଂହ ବାଦଲଙ୍କ ଗାଡ଼ିକୁ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଅନେକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା।

- Advertisement -

କେବଳ ଏତିକି ନୁହେଁ, ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥରମାଡ଼ କରିବା ସହିତ ଲାଠିରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଘଟଣାସ୍ଥଳ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ନିୟନ୍ତ୍ରଣ କରିଥିଲା। ଏହା ପରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories