www.samajalive.in
Sunday, December 14, 2025
16.1 C
Bhubaneswar

ଝରାଫୁଲ ମୃତ୍ୟୁ: ମୃତଦେହ ପଡ଼ିଥିବା ସ୍ଥାନରେ ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ପରଦା ଉଠାଇପାରି ନାହିଁ ପୁଲିସ। ଝରାଫୁଲଙ୍କ ମୃତ୍ୟୁ ଏବେ ବି ରହସ୍ୟ ମଧ୍ୟରେ ରହିଛି। ଏଭଳି ସ୍ଥିତିରେ ମଙ୍ଗଳବାର ଯାଜପୁର ପୁଲିସ ଗିରଫ କରିଥିବା ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରିଛି।

ରାକେଶ ଏବଂ ତା’ର ସାଙ୍ଗ ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଏବଂ ସେଠାରେ କେମିତି ଫିଙ୍ଗିଥିଲେ ତାହାର ଡେମୋ ଦେଖାଇଛି ରାକେଶ। ଏହା ରାକେଶକୁ ଥାନାକୁ ନେଇ ଜେରା କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଭିସେରା ପରୀକ୍ଷା ପାଇଁ ଝରାଫୁଲଙ୍କ ମୃତଦେହର ଅଂଶକୁ ଭୁବନେଶ୍ୱର ପଠାଯାଇଛି। ରାକେଶଙ୍କ ଅନ୍ୟତମ ସହଯୋଗୀ ଫେରାର ଥିବାରୁ ତା’କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ୨୭ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ଦୁଇ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟ ରାସ୍ତାପାର୍ଶ୍ଵରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ତାହାକୁ ଜବତ କରି ତଦନ୍ତ ଚଳାଇଥିଲା।

ସୂଚନା ଅନୁସାରେ, ଝରାଫୁଲ ଗତ ୨୪ ତାରିଖରେ ଭୁବନେଶ୍ୱର ଆସି ସମ୍ପର୍କୀୟଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇଥିଲେ। ୨୬ ତାରିଖ ସକାଳେ ସେ ବସରେ ଘରକୁ ଯାଉଥିବା କହିଥିଲେ। କିନ୍ତୁ ଘରକୁ ନ ଯାଇ ଦେହ ଖରାପ ଅଛି ବୋଲି ବାପାଙ୍କୁ କହି ବସରୁ ଓହ୍ଲାଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ବାପା ଫୋନ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ସୋନାଲି ଘରେ ଅଛି ବୋଲି କହିଥିଲେ। ଏହା ପରଠାରୁ ତାଙ୍କ ଫୋନ୍‌ ବନ୍ଦ ରହିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories