www.samajalive.in
Sunday, December 14, 2025
18.1 C
Bhubaneswar

ବାଇକ-ହାଇୱା ମୁହାଁମୁହିଁ ଧକ୍କା; ଛାତ୍ରଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ପାତ୍ରପୁର: ପାତ୍ରପୁର ବ୍ଲକ ବଗୀ ଟୋଲ ଫାଟକ ଉପରେ ମଙ୍ଗଳବାର ଏକ ବାଇକ୍‌ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ପଦାଦିଗି ପଞ୍ଚାୟତ ନୂଆପେଣ୍ଠ ଗ୍ରାମର ଶରତ ପାଣିଗ୍ରାହୀଙ୍କ ପୁଅ ସୁନୀଲ କୁମାର ପାଣିଗ୍ରାହୀ (୨୨)। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଟାୟାର ଜାଳି ରାସ୍ତାରୋକୋ କରିବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

- Advertisement -

ସୂଚନା ଅନୁସାରେ, ଆଜି ସକାଳେ ସୁନୀଲ ରେଲୱେ ପରୀକ୍ଷା ଦେବା ପାଇଁ ନିଜ ସ୍କୁଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। କେଲୁଆ ଟୋଲ୍‌ ଫାଟକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହିତ ତାଙ୍କ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ଗାଡି ଚକ ତଳେ ସୁନୀଲଙ୍କ ମୁଣ୍ଡ ପଡିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପଦାଦିଗି ପଞ୍ଚାୟତର ଶତାଧିକ ବ୍ୟକ୍ତି ପହଞ୍ଚି ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଯାହା ଫଳରେ କିଛି ସମୟ ପାଇଁ ଯାତାୟାତ ବନ୍ଦ ରହିଥିଲା। ଏହି ଟୋଲ ଗେଟ ଶଙ୍ଖ ଉପର ଦେଇ ଯାଇଥିବା  ପାଣି ପାଇପ ଲିକ୍‌ କରି ରାସ୍ତା ଉପରକୁ ପାଣି ବୋହିବା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାକୁ ମରାମତି କରାଯାଉ ନ ଥିବାରୁ ଆଜି ଜଣେ ଯୁବକର ପ୍ରାଣ ଗଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ  ଜରଡ଼ା ଓ କେ. ନୂଆଗାଁ ପୁଲିସ ଏବଂ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ଲିକ୍‌ କରୁଥିବା ପାଣି ପାଇପକୁ ସଜାଡ଼ିବା ପାଇଁ ପ୍ରତିଶ୍ରୁତି ଦେବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିବା ପରେ ମୃତଦେହ ବ୍ୟବେଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories