ଫେସ୍‌ବୁକ୍‌ ମେସେଜ୍‌ରେ ଭାଇରସ୍‌ , ଏଥିପ୍ରତି ସାବଧାନ ରୁହନ୍ତୁ

0

ଫେସ୍‌ବୁକ୍‌ର ମେସେଜ୍‌ ବା ସନ୍ଦେଶରେ ଅନେକ ସମୟରେ ଭାଇରସ୍‌  ଲିଙ୍କ ଆସିଥାଏ । ଏବେ ଏକ ଭାଇରସ୍‌ ଅଧିକାଂଶଙ୍କର ମେସଜ୍‌ ବକ୍ସରେ ଆସୁଛି । ଏକ ଭିଡିଓ ଲିଙ୍କରେ ଏହି ଭାଇରସ୍‌ ଆସୁଛି ।  ଏହି ଭିଡିଓ ଲିଙ୍କ ଭାଇରସ୍‌ ପ୍ରତି ସାବଧାନ ରହିବା ଆବଶ୍ୟକ । କାରଣ ଏହା ଉପରେ କ୍ଲିକ୍‌କଲେ ଆପଣଙ୍କ ଯେତେଜଣ ବନ୍ଧୁ ବା ଫ୍ରେଣ୍ଡସ୍‌ ଥିବେ ସେମାନଙ୍କ ନିକଟକୁ ଏହା ଚାଲିଯିବ । ସେମାନେ ବି ଏହି ଭାଇରସ୍‌ ଦ୍ୱାରା ପ୍ରଭାବିତ ହେବେ ।

ଭୁଲ୍‌ରେ ଆପଣ ଯଦି ଏହା ଉପରେ କ୍ଲିକ କରି ଦେଇଛନ୍ତି  ତେବେ ଏଥିରୁ ନିସ୍ତାର ପାଇବାର ଉପାୟ ରହିଛି । ଆପଣ ଭିଡିଓକୁ ବ୍ଲାକ କିମ୍ବା ଡିସାବଲ୍‌ କରି ପାରିବେ । ଆପଣଙ୍କ ଆକାଉଣ୍ଟରେ ବିଭିନ୍ନ ପ୍ରକାରର କୁକିଜି୍‌ ରହିଥାଏ ଓ ବିଜ୍ଞାପନ ବା ଆଡ୍‌ ସେଟିଂ ରହିଥାଏ। ସେଠାରୁ ଏହି ଆଡ୍‌ ଗୁଡିକୁ ଡିଲିଟ୍‌ କରି ଦିଅନ୍ତୁ ବା ଡିସାବଲ୍‌ କରି ଦିଅନ୍ତୁ ।

Leave A Reply