www.samajalive.in
Sunday, December 7, 2025
26.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଶାଗୁ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଆମେ ଅନେକ ପ୍ରକାରର ଘରୋଇ ଓ ଆୟୁର୍ବେଦିକ ଉପଚାର କରିଥାଉ। ଏହାସହ ପାର୍ଲର ଯାଇ ମଧ୍ୟ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଉ। ଅନେକ କ୍ରୀମର ବ୍ୟବହାର ମଧ୍ୟ କରିଥାଉ। କିନ୍ତୁ କୌଣସି କ୍ରୀମ ଓ ପାର୍ଲର ନ ଯାଇ ଘରୋଇ ଉପାୟରେ ଶାଗୁର ବ୍ୟବହାର କରି ଆପଣ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରି ପାରିବେ।

ଶାଗୁକୁ ସାଧାରଣତଃ ଖାଦ୍ୟ ହିସାବରେ ବ୍ୟବହାର କରାଯାଇଥାଏ। ଶାଗୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହାକୁ ମୁଖ୍ୟତଃ କୌଣସି ପୂଜା ଓ ଉପବାସ ସମୟରେ ଖାଇ ଥାଆନ୍ତି। କିନ୍ତୁ ଆସନ୍ତୁ ଜାଣିବା ଶାଗୁ ଦ୍ବାରା କିପରି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବା।

- Advertisement -

ପ୍ରଥମେ ଶାଗୁ ନେଇ କିଛି ସମୟ ବତୁରାଇ ଦିଅନ୍ତୁ। ତାପରେ ତାକୁ ପେଷି ଦିଅନ୍ତୁ। ଶାଗୁ ପେଷି ହୋଇଯିବା ପରେ ସେଥିରେ କ୍ଷୀର ମିଶାଇ ଦିଅନ୍ତୁ। ତାକୁ ମୁହଁରେ ବ୍ୟବହାର କରନ୍ତୁ। ଏପରି ପ୍ରତିଦିନ ବ୍ୟବହାର କରିବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।

ସେହିପରି ଶାଗୁ ପେଷ୍ଟରେ କ୍ଷୀର ଓ ହଳଦୀ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ବାରା ମୁହଁରୁ କଳାଦାଗ ଦୂର ହୋଇଥାଏ।

ମୁହଁରେ ଶାଗୁ ପେଷ୍ଟ, ମହୁ ଓ ଲେମ୍ବୁ ମିଶାଇ ପ୍ରତିଦିନ ରାତିରେ ଲଗାନ୍ତୁ। ଏପରି ନିୟମିତ କରିବା ଦ୍ବାରା ମୁହଁ ଉଜ୍ବଳ ଦେଖାଯିବ।

ଶାଗୁ ସହ ଅଲିଭ ଅଏଲ ମିଶାଇ ​‌କେଶରେ ଲଗାନ୍ତୁ। ଏପରି କରିବା ଦ୍ବାରା କେଶର ସମସ୍ତ ସମସ୍ୟା ଦୂର ହୋଇଥାଏ।

ଶାଗୁ ଗୁଣ୍ଡରେ ହଳଦୀ ଓ ଗୋଲାପ ଜଳ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିପାରିବ। ଏହାସହ ବ୍ରଣର ଦାଗ ମଧ୍ୟ ଛାଡିଯିବ।

ମୁହଁରେ କୁଞ୍ଚନ ସମସ୍ୟା ଦେଖା ଦେଉଥିଲେ ଶାଗୁର ବ୍ୟବହାର କରନ୍ତୁ। ଶାଗୁ ଗୁଣ୍ଡରେ ଅଳ୍ପ ଚାଉଳ ଗୁଣ୍ଡ, ଅଟା ଗୁଣ୍ଡ ଓ ଗୋଲାପ ଜଳ ମିଶାଇ ମୁହଁରେ ପ୍ରତିଦିନ ଲଗାନ୍ତୁ। ଏପରି କରିବା ଦ୍ବାରା ମୁହଁର କୁଞ୍ଚନ ସମସ୍ୟାରୁ ମୁକ୍ତି ପାଇପାରିବେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories