ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର: ଦିବ୍ୟ ଜୀବନ ସଂଘ ଚୌଦ୍ୱାର ଶାଖା, ଜଗନ୍ନାଥ ଭକ୍ତ ସାମଜ ଓ କଟକ ମେଲଭିନ୍ଯୋନସ୍ ଲାୟନ୍ସ କ୍ଲବ୍ର ମିଳିତ ଆୟୋଜନରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କପାଳେଶ୍ୱର ସ୍ଥିତ ଶିବାନନ୍ଦ ଆଶ୍ରମରେ ଆୟୋଜିତ ଏହି ଶିବିରରେ ମୋଟ ୬୨ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଓ ଔଷଧ ପ୍ରଦାନ କରାଯାଇଥିଲା। ୩୦ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅତ୍ସ୍ରୋପଚାର ପାଇଁ କଟକସ୍ଥିତ ଲାୟନ୍ସ୍ ଚକ୍ଷୁ ହସପିଟାଲକୁ ନିଆ ଯାଇଥିଲା। ସଭାପତି ଅଦ୍ୱୈତ୍ୟ କୁମାର ବଳ,ଶରତ କୁମାର ଖୁଣ୍ଟିଆ, ବିଚିତ୍ରାନନ୍ଦ ପରିକ୍ଷା, ବିମଳ କୁମାର ବେଉରା,ରାମଚନ୍ଦ୍ର ସାହୁ, ବିପ୍ର ଚରଣ ନାୟକ, ଧର୍ମାନନ୍ଦ ବେହେରା, ଧରଣୀଧର ବାରିକ ଅଚ୍ୟୁତାନନ୍ଦ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ଜୟକୃଷ୍ଣ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.