www.samajalive.in
Monday, December 15, 2025
15.1 C
Bhubaneswar

ଶ୍ରାବଣ ଶେଷ ସୋମବାରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଲକ ଅନ୍ତର୍ଗତ ସିଂହ ପାଲି ସ୍ଥିତ ବାବା ବିଶ୍ୱନାଥ ଶୈବ ପୀଠରେ ଶ୍ରାବଣ ଶେଷ ସୋମବାର ଅବସରରେ ସାମ୍ବାଦିକସଂଘ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାବା ବିଶ୍ଵନାଥଙ୍କ ଶିବ ଲିଙ୍ଗରେ ଜଳ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ ଆସିଥିବା ସମସ୍ତ ଚକ୍ଷୁ ରୋଗୀଙ୍କ ଆରୋଗ୍ୟ ପାଇଁ କାମନା କରିବା ସହିତ ଏହି ଶିବିରର ଶୁଭ ଉଦଘାଟନ କରିଥିଲେ। ସାମ୍ବାଦିକ ଜନକରାମ ଦାଶ ଓ ଆକାଶ ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ପ୍ରକୃତି ବନ୍ଧୁ ଅନସୂୟା ଦେବତା, ଟାଟା ପାୱାର ଏସଡିଓ ମନ୍ମଥ ଦାଶ, ସରପଞ୍ଚ ଡୋଲେଶ୍ଵରୀ ବୁଡା, ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିରରେ ଟୋପ, ଜାଙ୍ଗେଡ, ଅମ୍ଳିପାଳି ପଞ୍ଚାୟତରୁ ଶତାଧିକ ଚକ୍ଷୁରୋଗୀ ଚକ୍ଷୁ ପରୀକ୍ଷା କରାଇଥିଲେ। ସେଥି ମଧ୍ୟରୁ ୭୦ ଜଣଙ୍କୁ ଚଷମାର ଆବଶ୍ୟକତା ରହିଥିବା ବେଳେ ୯ ଜଣଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁରକୁ ବସ ମାଧ୍ୟମରେ ନିଆଯାଇଛି। ମାଗଣାରେ ତାଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ଘରେ ପହଞ୍ଚାଇ ଦିଆଯିବ ବୋଲି ଜଣାପଡିଛି । ଏହା ବ୍ୟତୀତ ଅନେକ ଚକ୍ଷୁ ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା। ମହାନଦୀ ନେତ୍ର ଚିକିତ୍ସାଳୟର ଚକ୍ଷୁରୋଗ ନିରୀକ୍ଷକ ଆଦର୍ଶ ରଶ୍ମି ରଂଜନ ଦାଶ, ଦେବାଶିଷ ମେହେର, ଚନ୍ଦ୍ର ଶେଖର ନନ୍ଦ, ବାଦଲ ଭୋଇ ଓ ଭୃଙ୍ଗରାଜ ପ୍ରଧାନ ଚକ୍ଷୁ ପରୀକ୍ଷା କରିବା ଔଷଧ ବଣ୍ଟନ କରିଥିଲେ। ଦିଲୀପ ସାହୁ ଓ ସୁରେନ୍ଦ୍ର ମେହେର ଆସିଥିବା ଚକ୍ଷୁ ରୋଗୀଙ୍କ ନାମ ପଞ୍ଜିକରଣ କରିଥିଲେ। ସମସ୍ତ ଚକ୍ଷୁ ରୋଗୀ ତଥା ଆସିଥିବା ସମସ୍ତ ଶୈବ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ, ଲେସ ଦେବ ପ୍ରଧାନ, ଅଚ୍ୟୁତ ବାରିକ୍,ବିଶ୍ଵ ଭୋଇ, ଦୁର୍ଯ୍ୟୋଧନ ଗଡତିଆ, ଅଜିତ ପ୍ରଧାନ, ଅତାବିରା ଆଶୀର୍ବାଦ ସଂଘର ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ସକ୍ରିୟ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories