www.samajalive.in
Monday, December 15, 2025
15.1 C
Bhubaneswar

ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନମହୋତ୍ସବ

କଣ୍ଟାବାଞ୍ଜି : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜି ପରିସରରେ ସୋମବାର ଦିନ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡ ମାଳି, ଜଙ୍ଗଲ ରକ୍ଷକ କାମେଶ୍ୱର ତାଣ୍ଡି,  ନେପାକ୍ ହରପାଲ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କୁଞ୍ଜବିହାରୀ ବେହେରା, ସମ୍ପାଦକ  ଯୁବରାଜ ମେହେର ଓ ପ୍ରଧାନ ଆଚାର୍ଯ୍ୟ ତେଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଶିଶୁ ଭାଇ ଭଉଣୀମାନଙ୍କୁ ବନମହୋତ୍ସବ ବିଷୟରେ ସଚେତନ କରାଯାଇଥିଲା । ଗଛ ଲଗାଇବା ବର୍ତ୍ତମାନ ସମୟରେ କାହିଁକି ଆବଶ୍ୟକ ସେହି ବିଷୟରେ ମଞ୍ଚାସୀନ ଅତିଥି ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ । ଶେଷରେ ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ, ଗୁରୁଜୀ-ଗୁରୁମା, ସେବକ ସେବିକା, ପରିଚାଳନା ସମିତିର ସଦସ୍ୟଗଣ ଏବଂ ବନ ବିଭାଗର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories