www.samajalive.in
Monday, December 15, 2025
15.1 C
Bhubaneswar

ଆସିଲା ଏକଜିଟ ପୋଲ ରିପୋର୍ଟ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର

ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟର ନିର୍ବାଚନ ଶେଷ ହୋଇଛି। ୨୦୨୪ ନିର୍ବାଚନ ପୂର୍ବରୁ କିଏ ମାରିବ ବାଜିମାତ ସେଥିପାଇଁ ଅଙ୍କକଷା ଚାଲିଛି। ଦେଶରେ ମୋଦୀ ଲହର ଓ ରାହୁଲଙ୍କ ଲୋକପ୍ରିୟତା କାମ କରିବ ସେଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ବୁଥ ଫେରନ୍ତା ମତ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ସଂକେତ ଦେବ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମର ଫଳାଫଳ। ବୁଥ ଫେରନ୍ତା ମତ ବା ଏକଜିଟ୍ ପୋଲ ରିପୋର୍ଟ ସତ ହେବ କି ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ରାଜନୀତିର ସାପ ସିଡି ଖେଳରେ କିଏ ଆଗକୁ ଯିବ, କିଏ ତଳକୁ ଖସିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ଛତିଶଗଡ଼, ରାଜସ୍ଥାନରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକିଥିବା ବେଳେ ମଧ୍ୟପ୍ରଦେଶରେ କ’ଣ ହେବ ଫଳାଫଳ, ତାକୁ ନେଇ ଆଲୋଚନା ଜାରି ରହିଛି।

- Advertisement -

ଅପରପକ୍ଷରେ ତେଲେଙ୍ଗାନାରେ ବିଜେପି ଓ କଂଗ୍ରେସ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ତାହା ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଫଳାଫଳ ଆସିବା ପୂର୍ବରୁ ଏବେ ବୁଥ ଫେରନ୍ତା ମତ ବା ଏକଜିଟ୍ ପୋଲ ଉପରେ ସାରା ଦେଶର ନଜର ରଖିଛି  । ୨୦୨୩ ତଥା ଚଳିତ ବର୍ଷର ଶେଷ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମର ନିର୍ବାଚନ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା। ଛତିଶଗଡ଼ରେ ନଭେମ୍ବର ୭ ଓ ନଭେମ୍ବର ୧୭ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ମିଜୋରାମରେ ନଭେମ୍ବର ୭ରେ, ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ରାଜସ୍ଥାନରେ ନଭେମ୍ବର ୨୩, ତେଲେଙ୍ଗାନାରେ ୩୦ ତାରିଖରେ ମତଦାନ ହୋଇଥିଲା। ଡିସେମ୍ବର ୩ ତାରିଖରେ ମତଦାନର ଫଳାଫଳ ଆସିବ। କିନ୍ତୁ ତା’ ପୂର୍ବରୁ ଏଗଜିଟ୍ ପୋଲ୍ ଉପରେ ସମସ୍ତଙ୍କର ନଜର ରହିଛି ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବାକୁ ଯାଉଛି। ଏହା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ବୁଥ ଫେରନ୍ତା ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଜନ୍ କି ବାତର ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶରେ ବିଜେପିକୁ ୧୧୬ ଓ କଂଗ୍ରେସକୁ ୧୧୧ଟି ଆସନ ମିଳିପାରେ । ସେହିପରି ଟିଭି-୯ ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୦୬-୧୧୬, କଂଗ୍ରେସକୁ ୧୧୧-୧୨୧ ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ମିଳିବା ସମ୍ଭାବନା ଦେଖାଦେଇଛି। ଅପରପକ୍ଷରେ ରିପବ୍ଲିକ ଟିଭିର ସର୍ଭେ ରିପୋର୍ଟ ଅନୁଯାୟୀ ବିଜେପିକୁ ୧୧୮-୧୩୦, କଂଗ୍ରେସକୁ ୯୭-୧୦୭ ଓ ଅନ୍ୟାନ୍ୟ ଦଳଙ୍କୁ ୦୨ଟି ଆସନ ମିଳିବ। ପୋଲ ଅଫ୍ ପୋଲର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୧୨ ଓ କଂଗ୍ରେସକୁ ୧୧୩ ଟି ଆସନ ମିଳିପାରେ। ତେବେ ମିଜୋରାମରେ ଜେଡପିଏମକୁ ମିଳିପାରେ ବହୁମତ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହି ବୁଥ ଫେରନ୍ତା ମତ ବା ଏକଜିଟ ପୋଲ ସତ ହେବ କି ନାହିଁ ତାହା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories