www.samajalive.in
Saturday, December 13, 2025
14.1 C
Bhubaneswar

ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାମାନାଗୁଡ଼ା ବ୍ଲକରେ ଧାନ ଓ କପା ଚାଷ ପ୍ରଭାବିତ

ଗୁଣୁପୁର: ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାମାନାଗୁଡ଼ା ବ୍ଲକରେ ଧାନ ଓ କପା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ସରକାର ରାମାନାଗୁଡା ବ୍ଲକକୁ ତୁରନ୍ତ ମରୁଡ଼ି ଘୋଷଣା କରନ୍ତୁ ବୋଲି ଦାବି କରି ଆଜି ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ରାମାନାଗୁଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିପିଆଇଏମଏଲ ଲିବରେସେନ ଦଳର ଜିଲା ସମ୍ପାଦକ ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ଆୟୋଜିତ ଶୋଭାଯାତ୍ରାରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଚାଷୀ ସାମିଲ ହୋଇଥିଲେ। ଶୋଭାଯାତ୍ରାକାରୀମାନେ ହାତରେ ଧାନଗଛ କେଣ୍ଡା ଓ କପା ଟୋକେଇ ଧରି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ।

ଶୋଭାଯାତ୍ରାଟି ରାମାନାଗୁଡା ମୁଖ୍ୟ ରାସ୍ତା ଦେଇ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମାରକ ପତ୍ରରେ ରମାନାଗୁଡା ବ୍ଲକକୁ ମରୁଡ଼ି ଘୋଷଣା କରାଯିବା, ମରୁଡିରେ କ୍ଷତି ଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୫୦ ହଜାର ଟଙ୍କା ଯୋଗାଇଦେବା , ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛଡା କରିବା ସହ ନୂଆ ଋଣ ଯୋଗାଇଦେବା, ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା, ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳକର ଛାଡିବା, ବ୍ଲକର ପରିବା ଚାଷୀଙ୍କୁ ମରୁଡ଼ି ସହାୟତା ଯୋଗାଇଦେବା ସହ କପା କ୍ବିଣ୍ଟାଲ ପିଛା ୯୦୦୦ ହଜାର ଟଙ୍କା ପ୍ରଦାନ କରିବା ଇତ୍ୟାଦି ଦାବି ସହ ଅନ୍ୟାନ୍ୟ ଦାବି ସବୁ ଉକ୍ତ ସ୍ମାରକ ପତ୍ରରେ ଉଲେଖ ରହିଥିଲା ।

- Advertisement -

ଯଦି ସରକାର ଉପରୋକ୍ତ ଦାବିକୁ ନ ମାନନ୍ତି ତେବେ ଆଗାମୀ ଦିନରେ ରାମାନାଗୁଡା ବ୍ଲକକୁ ବନ୍ଦ କରି ଦିଆଯିବ ବୋଲି ସିପିଆଇଏମଏଲ ଲିବଏରେସେନ ଦଳର ଜିଲା ସମ୍ପାଦକ ଶ୍ରୀ ଗମାଙ୍ଗ ଚେତାବନୀ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories