www.samajalive.in
Saturday, December 13, 2025
15.1 C
Bhubaneswar

ଅନ୍ୟ ଝିଅଙ୍କୁ ଦେଖୁଥିଲା ପ୍ରେମିକ; ଆଖିରେ ଜଳାନ୍ତକ ଇଞ୍ଜେକ୍ସନ ଫୁଟାଇଦେଲା ପ୍ରେମିକା

ଡେସ୍କ: ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏହି ଘଟଣା ଲିଭ୍‌-ଇନ୍‌ରେ ରହୁଥିବା ଏକ ଦମ୍ପତିଙ୍କ ସହ ଜଡ଼ିତ। ସେମାନଙ୍କ ଭିତରେ ଥିବା ଦୀର୍ଘ ୮ ବର୍ଷର ଭଲପାଇବା ସେତେବେଳେ ଶେଷ ହୋଇଗଲା, ଯେତେବେଳେ କୌଣସି କାରଣରୁ ହୋଇଥିବା ଝଗଡ଼ା ବେଳେ କ୍ରୋଧ ଜର୍ଜରିତ ପ୍ରେମିକା ନିଜ ପ୍ରେମିକ ଆଖିରେ ଜଳାନ୍ତକ ଇଞ୍ଜେକ୍ସନ ଫୁଟାଇ ଦେଇଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ-

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ଫ୍ଲୋରିଡାରେ ଘଟିଥିବା କୁହାଯାଉଛି। ଗତ ଆଠ ବର୍ଷ ଧରି ଏକ ଦମ୍ପତି ଲିଭ୍‌-ଇନ୍ ରିଲେସନସିପରେ ରହୁଥିଲେ, କିନ୍ତୁ ଗତ ଶନିବାର ରାତିରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଏତେ ମାତ୍ରାରେ ବଢିଯାଇଥିଲା ଯେ, ମହିଳା ଏକ ଭୟଙ୍କର ପଦକ୍ଷେପ ନେଇଥିଲେ। nypost ମୁତାବକ, ଏହି ଘଟଣା ମିଆମି-ଡେଡ ଅଞ୍ଚଳର ଏକ ଘରେ ଘଟିଛି।

- Advertisement -

ପ୍ରେମିକ ଅନ୍ୟ ଝିଅମାନଙ୍କୁ ଦେଖୁଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ମହିଳା ଜଣକ ଖୁବ୍‌ ଜୋର୍‌ ରାଗି ଯାଇଥିଲେ। ପୁଲିସର ସୂଚନାନୁସାରେ, ଶନିବାର ରାତି ୧୦ ଟାରେ ଏହି ଦମ୍ପତି ନିଜ ଘରେ ପହଞ୍ଚିବା ପରେ ପ୍ରେମିକ ସୋଫାରେ ଶୋଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା ଏବଂ ରାଗରେ ପ୍ରେମିକା ତାଙ୍କ ଉପରକୁ ଡେଇଁପଡ଼ି ଜଳାନ୍ତକ ଇାଞ୍ଜେକ୍ସନ ଛୁଞ୍ଚି ପ୍ରେମିକର ଡାହାଣ ଆଖିରେ ଫୁଟାଇ ଦେଇଥିଲେ।

ଯନ୍ତ୍ରଣାରେ ଛଟପଟ ହୋଇ ପ୍ରେମିକ ୯୧୧ରେ ପୁଲିସକୁ ସୂଚନା ଦେଇଥିଲେ। ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଯେଉଁଠାରୁ ତାଙ୍କୁ ଜ୍ୟାକସନ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ପୁଲିସ ୪୪ ବର୍ଷୀୟା ଅଭିଯୁକ୍ତ ସାନ୍ଦ୍ରା ଜିମେନେଜଙ୍କୁ ଗିରଫ କରିଥିଲା। ପୀଡ଼ିତ କହିଛନ୍ତି ଯେ, ସେ ନିଜ କୁକୁର ପାଇଁ ଏହି ଇଞ୍ଜେକ୍ସନ ଆଣିଥିଲେ, କିନ୍ତୁ ତାଙ୍କ ପ୍ରେମିକାଙ୍କ ମନରେ କ’ଣ ଚାଲିଛି ସେ ଜାଣି ନଥିଲେ।

 

 

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories