କାମାକ୍ଷାନଗର : କାମାକ୍ଷାନଗରର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ଏହି କାରବାରରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ତୁମୁଶିଙ୍ଗା ଗ୍ରାମର ବିଜୟ ନାୟକ। ବିଜୟ ଅନେକ ଦିନ ହେବ ତାଙ୍କ ଘରେ ନକଲି ମଦ କାରବାର କରି ଆସୁଥିଲେ । ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ କଡା ନିର୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବରପାଇ କାମାକ୍ଷାନଗର ଅବକାରୀ ବିଭାଗ ତୁମୁଶିଙ୍ଗା ଗ୍ରାମରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବିିଜୟଙ୍କ ଘରୁ ପାଖାପାଖି ୨୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ବିଜୟକୁ ନକଲି ମଦ ଯୋଗାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ଏବଂ ତାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ଗିରଫ ଅଭିଯୁକ୍ତକୁ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲଣ କରାଯାଇଥିବା ଜଣାପଡିଛି।
Popular Categories



