ଅବକାରୀ ଚଢାଉ: ୧୮୯୦୦ଲିଟର ପୋଚ ଓ ୩୫୭୦ ଲିଟର ଦେଶୀ ମଦ ଜବତ
ତିଗିରିଆ: ଅବକାରୀ କମିଶନର ଆଶିଷ କୁମାର ସିଂ ଏବଂ ଜିଲାପାଳ ଭବାନୀଶଙ୍କର ଚୟନୀଙ୍କ ନିର୍ଦେଶକ୍ରମେ ଗୁରୁବାର ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା(ପଣସପାଟଣା) ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ମଦ ଦଲାଲଙ୍କ ଘରେ ଏଵଂ ଆଖପାଖରେ ଲୁଚାଇ ରଖାଯାଇଥିବା ୧୮,୯୦୦ ଲିଟର ଗୁଡ ପୋଚ ଓ ୩୫୭୦ ଲିଟର ରନ୍ଧା ଦେଶୀ ମଦଏବଂ ବିଭିନ୍ନ ମଦ ରନ୍ଧା ଉପକରଣ ଜବତ କରାଯାଇଛି। ଚଢ଼ଉରେ ଅବକାରୀ ବିଭାଗ ପକ୍ଷରୁ ୫ ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି।
ଏହି ଚଢଉରେ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା, ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଫ୍ଲାଇଙ୍ଗ ସ୍କ୍ୱାଡ଼୍ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ବେହେରା, ଅବକାରୀ ନିରୀକ୍ଷକ ରୋଶନ ହାଁସଦା, ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସଞ୍ଜିତ ବାର୍ଲା, ଆଠଗଡ଼ ଅବକାରୀ ଉପ ନିରୀକ୍ଷକ ସୌମ୍ୟ ରଂଜନ ମାଝୀ, ମୋବାଇଲ ଅବକାରୀ ଉପନିରୀକ୍ଷକ ଅଜିତ କୁମାର ପାତ୍ର ପ୍ରମୁଖଙ୍କ ସହିତ ଅବକାରୀ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
Comments are closed.