www.samajalive.in
Saturday, December 6, 2025
16.1 C
Bhubaneswar

ବଡ଼ ଧରଣର ଅବକାରୀ ଚଢାଉ: ୯ ଲକ୍ଷ ଟଙ୍କାରୁ ଅଧିକ ମଦ ଜବତ

ପାଟଣା : ଚୋରା ମଦ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳ ହୀରାପଶି ଗ୍ରାମରେ ବୁଧବାର ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୧୩୩୭ ଲିଟର ମହୁଲି ମଦ ଜବତ କରାଯିବା ସହ ୧୩ ହଜାର ୮୫୦ କେଜି ମହୁଲି ପୋଚ ନଷ୍ଟ କରାଯାଇଛି। ଅନ୍ୟ ପକ୍ଷରେ ୧୦୧.୪ ଲିଟର ପରିମାଣର ବିଅର ଭର୍ତ୍ତି ପେଟି ମଧ୍ୟ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ମୋଟ ୯ଟି ମାମଲା ରୁଜୁ କରାଯାଇ ଥିବାବେଳେ ଜଣେ ଘଟଣା ସ୍ଥଳରୁ ଫେରାର ଓ ଅନ୍ୟ ୪ଟି ସ୍ଥାନରେ କେହି ନଥିବାରୁ ମୋଟ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମଦ ଭାଟିରେ ମଦ ରନ୍ଧାର ସମସ୍ତ ସରଞ୍ଜାମ ମଧ୍ୟ ଅବକାରୀ ବିଭାଗ ଜବତ କରିଛି।
ପୂର୍ବରୁ ହୀରାପଶିରେ ଅବକାରୀ ଚଢ଼ାଉରେ ପୁଲିସକୁ ଆକ୍ରମଣ ହୋଇଥିବା ନଜୀର ଥିବାରୁ ସମସ୍ତ ପ୍ରସ୍ତୁତି ସହ ଚଢ଼ାଉ କରାଯାଇଥିଲା। ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ପାଟଣା,ଚମ୍ପୁଆ, ଝୁମ୍ପୂରା ଅବକାରୀ ଥାନାର ଅଧିକାରୀଙ୍କ ସହ ମାଜିଷ୍ଟ୍ରେଟ ଶଙ୍କର ମୂର୍ମୁଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିଲା।ସ୍ଥାନୀୟ ଅଂଚଳରେ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଏଠାରେ ୩ ପ୍ଲାଟୁନ ଏପିଆର ପୁଲିସ ମୁତୟନ ହୋଇଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଚଢାଉକୁ ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ବୁଧବାର ହୋଇଥିବା ଚଢାଉରେ ୯ ଲକ୍ଷ ଟଙ୍କାରୁ ଅଧିକ ମଦ ଓ ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ମଦ କାରବାର ଅଭିଯୋଗରେ ହୀରାପଶିର ମନୋଜ କୁମାର ମୁଦି ,ଈଶ୍ୱର ମାଝୀ,ସୁରେଖା ମାଝୀ ଓ ରୂପାଲି ମାଝୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories