ଦେଶର ନୂଆ ଲୋକପାଳ ହେଲେ ଏ.ଏମ୍ ଖାନୱିଲକର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍ ଖାନୱିଲକର ଦେଶରେ ନୂଆ ଲୋକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ରୁ ଏହି ପଦବୀ ଖାଲି ପଡିଥିଲା । ଲୋକପାଳର ନ୍ୟାୟିକ ସଦସ୍ୟ ଥିବା ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ । ଜଷ୍ଟିସ୍ ଏ.ଏମ୍ ଖାନୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ବର୍ତ୍ତମାନ ଏ.ଏମ୍ ଖାନୱିଲକରଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପା ନାରାୟଣ ସ୍ୱାମୀ, ରୁତୁରାଜ ଅବସ୍ତି, ସଞ୍ଜୟ ଯାଦବ ଏବଂ ଅଣ ନ୍ୟାୟିକ ସଦସ୍ୟ ଭାବେ ମଧ୍ୟ କେତେକଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ।
Comments are closed.