ସମ୍ବଲପୁର : ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର କୁଚିଣ୍ଡା ବାମରା, ସୋର ଖଇରାରେ ବନ୍ଦ ପାଳନ କରାଯାଇଛି । ସମ୍ବଲପୁର ଜିଲ୍ଲା ବାମରାକୁ ଏନଏସି ଘୋଷଣା ଦାବି ବନ୍ଦ ପାଳନ । ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏନଏସି ଘୋଷଣା କରାନଯିବାକୁ ନେଇ ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଥିବାବେଳେ ବାମରା ବାଦ୍ ପଡିଥିବାରୁ ସ୍ଥାନୀୟ ଲୋକ ଆଜି(ବୁଧବାର) ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ତେବେ ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଆନ୍ଦୋଳନ ଯୋଗୁଁ ଦୋକାନ ବଜାର ସବୁ ବନ୍ଦ ରହିଛି। ନାଗରିକ କ୍ରିୟାନୁଷ୍ଠାନ କମିଟି ନେତୃତ୍ଵରେ ବଣିକ ସଂଘ ଏବଂ ଅନ୍ୟ ସମସ୍ତ ସଂଘ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସୋର ଖଇରାରେ ମଧ୍ୟ ଏନଏସି ଘୋଷଣା ଦାବି କରି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି।
Popular Categories



