bjd gruha runa

ଏକ୍ସ କ୍ୟାଡର ଶିକ୍ଷକ ସଂଘର ସାଂଗଠନିକ ବୈଠକ

BJD Bijuli 480×75 Mob

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ସତ୍ୟନାରାୟଣ ମନ୍ଦିର ଠାରେ ରବିବାର ହରଭଙ୍ଗା ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘର ସାଂଗଠନିକ ବୈଠକ ଜିଲ୍ଲା ସଭାପତି ବିରେନ ଦାସିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୁଗ୍ମ ସଂପାଦକ ଭୋଳାନାଥ ବେହେରା ବିବରଣୀ ପାଠ କରିଥିଲେ । ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ରାଜ୍ୟ ମହାସଂଘ  ପକ୍ଷରୁ ମନ୍ତ୍ରୀ ଏବଂ ସଚିବ ସ୍ତରରେ ଏକ୍ସ କ୍ୟାଡର ଉଚ୍ଛେଦ, ରହିଯାଇଥିବା ଗଣଶିକ୍ଷକଙ୍କୁ ନିୟମିତ କରିବା ଆଦି ଦାବି ସମ୍ପର୍କରେ ଆଲୋଚନା ଜାରିରଖିଛି ଓ ମାସ୍ ଲିଭ୍ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ସରୋଜ କୁମାର ଭୋକ୍ତା ଜିଲ୍ଲାରେ କିପରି ଏନପିଏସ କଟାଯିବ, ଡିଏ ଏରିଅର ଓ ପ୍ରତ୍ୟେକ ମାସରେ ଠିକ୍ ସମୟରେ କିପରି ଦରମା ପାଇପାରିବା ସେ ସଂପର୍କରେ ଆଲୋଚନା ହୋଇଥିଲା। କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପଟ୍ଟନାୟକ ସଂଗଠନକୁ କିପରି ସୁଦୃଢ କରାଯିବ ଏବଂ ୩ ମାସରେ ଥରେ ବିଭିନ୍ନ ସ୍ଥାନରେ ବୈଠକ କରିବାକୁ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ବ୍ଲକ ସଂଗଠନ ସହ ଜିଲ୍ଲା ସଂଗଠନକୁ ସୁଦୃଢ କରିବା ପାଇଁ ଉପସଭାପତି ଅଜୟ କୁମାର ପ୍ରଧାନ ମତ ଦେଇଥିଲେ। ଚଳିତ ମାସ ଶେଷ ସୁଦ୍ଧା ଏନପିଏସ  କାର୍ଯ୍ୟ ସାରିବା ଓ ଡିଏଏରିଅର ଆଦି କାର୍ଯ୍ୟ ଅଫିସ ସହ ଯୋଗାଯୋଗ କରି କରାଯିବ ବୋଲି ସଭାପତି ବିରେନ ଦାସିଆ ପ୍ରକାଶ କରିଥିଲେ। ଏହି ବୈଠକରେ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଅଜୟ କୁମାର ପ୍ରଧାନ, ବଂଶିଧର ପାଢି, ଅନନ୍ତ ନାରାୟଣ ପତି, ବସନ୍ତ ମଞରୀ ପାଢୀ ସୁଶେଣ ପ୍ରଧାନ, ରଞିତ ଷଡଙ୍ଗୀ, ସରୋଜ କୁମାର ଭୋକ୍ତା, ରଞିତ ପ୍ରଧାନ, ପ୍ରମୋଦ କୁମାର ନାୟକ, ଭୋଲାନାଥ ବେହେରା, ସୁରେଶ ଦାସ, ଦୁଃଶାସନ ଡାଳୁଆ, ଦିନବନ୍ଧୁ ଦି୍ପ, ସଦାନନ୍ଦ ରଣା, ବାବୁଲି ସାହୁ,ସମିର ପ୍ରଧାନ, ରଂଜନ କୁମାର ପାତ୍ର, ସୁରେନ୍ଦ୍ର ମହାକୁଡ ପ୍ରମୁଖ ୪୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଅନନ୍ତ ନାରାୟଣ ପତି ଧନ୍ୟବାଦ ଜଣାଇଥିଲେ।

Comments are closed.