www.samajalive.in
Saturday, December 6, 2025
16.1 C
Bhubaneswar

ଆରମ୍ଭରୁ ଇଭିଏମ୍ ଅଚଳ: ମତଦାନ ବାଧାପ୍ରାପ୍ତ

ଭୁବନେଶ୍ଵର: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଆଜି ୬ଟି ଲୋକସଭା ଓ ୪୨ ବିଧାନସଭା ପାଇଁ ଭୋଟିଂ ହେଉଛି। ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଲୋକସଭା ପାଇଁ ମୈଦାନରେ ୬୬ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ୩୯୪  ପ୍ରାର୍ଥୀ ରହିଛନ୍ତି। କିନ୍ତୁ ଏହାମଧ୍ୟରେ ଆଜି ସକାଳୁ ଭୋଟିଂ ଆରମ୍ଭ ରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି। କେନ୍ଦ୍ରାପଡା ଗରଦପୁର ବ୍ଲକ ବସନ୍ତପୁର ୨୫ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ସେହିପରି ପାଟକୁରା ୨୮୬ନଂ, ଡେରାବିଶ ୧୪ନଂ ଓ ୧ଂ ବୁଥ୍‌, କେନ୍ଦ୍ରାପଡା ବାଲିପଡାର ୧୨୧, ୧୨୨ନଂ ବୁଥ୍‌, କେନ୍ଦ୍ରାପଡା ବେଲପାଳର ୧୦୬ନଂ , ସାଲେପୁର ରୋଧପୁର ସ୍କୁଲ ୨୩୪ନଂ ବୁଥ୍ , ପାରାଦୀପ ନିମିଢିର ୧୭୧ନଂ, ଏବଂ ଭଦ୍ରକ ଭଣ୍ଡାରିପୋଖରୀ ୧୪୨ନଂ ବୁଥ୍‌ରେ  ଇଭିଏମ୍ ତ୍ରୁଟି ପରିଲକ୍ଷିତ ହୋଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories