BJD Bijuli 480×75 Mob

ଟାଉନ ହଲ ପାଇଁ ୨୧ଟି ଜବରଦଖଲ ଘର ଉଚ୍ଛେଦ

BJD Bijuli 480×75 Mob

ସମ୍ବଲପୁର, : ସମ୍ବଲପୁରର କମିଶନର କଲୋନୀ ସନ୍ନିକଟରେ ପ୍ରସ୍ତାବିତ ଟାଉନ ହଲ ପ୍ରକଳ୍ପ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଯାଇଛି । ବୁଧବାର ଓ ଶୁକ୍ରବାର ୨ ଦିନ ଧରି ହୋଇଥିବା ଏହି ଜବରଦଖଲ ଉଚ୍ଛେଦ ସମୟରେ ସମୁଦାୟ ୨୧ଟି ଅବୈଧ୍ୟ ନିର୍ମିତ ଘର ଗୁଡିକୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇ ଭଙ୍ଗା ଯାଇଛି । ଉଚ୍ଛେଦ ହୋଇଥିବା ଘର ମାନଙ୍କ ମଧ୍ୟରେ ଏକ ଘର ପ୍ରାୟ ୨ ହଜାର ବର୍ଗଫୁଟରୁ ଅଧିକ ରହିଥିଲା । ଏହା ଦ୍ୱାରା ପ୍ରାୟ ୨ ଏକରରୁ ଉର୍ଦ୍ଧ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏହା ଦ୍ୱାରା ପ୍ରସ୍ତାବିତ ଟାଉନ ହଲ ପ୍ରକଳ୍ପ ପାଇଁ ମାର୍ଗ ପ୍ରଶସ୍ତ ହୋଇଛି । ଉଚ୍ଛେଦ କାର୍ଯ୍ୟରେ ସଦର ତହସିଲଦାର ଲକ୍ଷ୍ମଣ ଅମାତ, ନିଗମ କାର୍ଯ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତି, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନଙ୍କ ସମେତ ୧ ପ୍ଲାଟୁନ ପୁଲିସ ବଳ ମୃତୟନ ହୋଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟ ପରେ ଆଗାମୀ ଦିନରେ ସହର ମଧ୍ୟରେ ରହିଥିବା ଅନ୍ୟ ଜବରଦଖଲ ଗୁଡିକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଉଚ୍ଛେଦ ମହାନଗର ନିଗମ ପକ୍ଷରୁ କରାଯିବ ବୋଲି ସୂଚନା ଦିଆଯାଇଛି ।

Comments are closed.