www.samajalive.in
Monday, December 15, 2025
27.1 C
Bhubaneswar

ଆଜି ବି ରାମଲାଲାଙ୍କ ଦର୍ଶନ ଲାଗି ପ୍ରବଳ ଗହଳି

ନୂଆଦିଲ୍ଲୀ: ବୁଧବାର ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଆଗରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରୁ ରାମ ପଥରେ ଶ୍ରଦ୍ଧାଳୁମାନେ ଧାଡିରେ ଅପେକ୍ଷା କରିଛନ୍ତି। ରାମଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର ହୋଇରହିଛନ୍ତି। ଦୂର ଦୂରାନ୍ତରୁ ରାମଭକ୍ତମାନେ ରାମଲାଲାଙ୍କ ଦର୍ଶନ ଲାଗି ଆସିଛନ୍ତି। ଶୀତକୁ ଖାତିର ନ କରି ସେମାନେ ପ୍ରଭୂଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ତେବେ​‌ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ଦୁଇ ସପ୍ତାହ ପରେ ମନ୍ଦିର ଆସିବାକୁ ଅଯୋଧ୍ୟା ରେଞ୍ଜ ଆଇଜି ନିବେଦନ କରିଛନ୍ତି। ସେପଟେ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ରାମଲାଲାଙ୍କୁ ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିଛନ୍ତି। ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୮ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୂତୟନ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories