www.samajalive.in
Sunday, December 14, 2025
23.1 C
Bhubaneswar

ୟୁରୋ କପ୍‌ ଫୁଟ୍‌ବଲ: ପୋଲାଣ୍ଡ-ସ୍ପେନ୍‌ ମୁକାବିଲା ୧-୧, ଜିତିଲା ଜର୍ମାନୀ

ସେଭିଲ୍‌ (ସ୍ପେନ୍‌)/ମ୍ୟୁନିକ୍‌: ଘରୋଇ ପଡ଼ିଆରେ ସ୍ପେନ ଚଳିତ ୟୁରୋ କପ୍‌ ଫୁଟ୍‌ବଲରେ ପୋଲାଣ୍ଡ ବିପକ୍ଷରେ ପଏଣ୍ଟ ଭାଗ କରିଛି। ଶନିବାର ରାତିରେ ପୋଲାଣ୍ଡ ଓ ସ୍ପେନ ମଧ୍ୟରେ ଖେଳା ଯାଇଥିବା ଗ୍ରୁପ୍‌ ‘ଇ’ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ୧-୧ ଗୋଲ୍‌ରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ସ୍ପେନ ପ୍ରଥମାର୍ଦ୍ଧରେ ଗୋଲ୍‌ଦେଇ ଆଗୁଆ ହୋଇଥିଲେ ମଧ୍ୟ ପୋଲାଣ୍ଡ ଦ୍ବିତୀୟାର୍ଦ୍ଧରେ ଗୋଲ ବରାବର କରିବାରେ ସକ୍ଷମ ହୋଇଥିଲା।

ଶନିବାର ଏକ ଗ୍ରୁପ୍‌ ‘ଏଫ୍‌’ ମ୍ୟାଚ୍‌ରେ ୪-୨ ଗୋଲ୍‌ରେ ପର୍ତ୍ତୁଗାଲ୍‌କୁ ଜର୍ମାନୀ ପରାସ୍ତ କରିଛି। ଜର୍ମାନୀ ଓ ପର୍ତ୍ତୁଗାଲ୍‌ ୨ଟି ଲେଖାଏଁ ଗୋଲ୍‌ ଦେଇଥିବା ବେଳେ ପର୍ତ୍ତୁଗାଲ୍‌ର ୨ଟି ଆତ୍ମଘାତୀ ଗୋଲ୍‌ ନିର୍ଣ୍ଣାୟକ ହୋଇଥିଲା। ୧୫ ମିନିଟରେ ପର୍ତ୍ତୁଗାଲ୍‌ ଆଗୁଆ ହୋଇଥିଲା। ଡିଓଗୋ ଜୋଟାଙ୍କ ପାସ୍‌ରୁ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଗୋଲ୍‌ ଦେଇଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ରୋନାଲ୍‌ଡୋଙ୍କ ୩ୟ ଗୋଲ୍‌। ପରେ ପର୍ତ୍ତୁଗାଲ୍‌ର କ୍ରମାଗତ ୨ଟି ଆତ୍ମଘାତୀ ଗୋଲ୍‌ରେ ଜର୍ମାନୀ ଆଗୁଆ ହୋଇଥିଲା। ୩୫ ମିନିଟରେ ପର୍ତ୍ତୁଗାଲ୍‌ର ରୁବେନ୍ ଡିଆସ୍ ଏକ ଆତ୍ମଘାତୀ ଗୋଲ୍‌ ଦେଇଥିଲେ। ୩୯ ମିନିଟରେ ପର୍ତ୍ତୁଗାଲ୍‌ର ରାଫେଲ ଗ୍ବିରେରୋ ବଲ୍‌କୁ ବାହାର କରିବା ପ୍ରୟାସରେ ନିଜ ଗୋଲ୍‌କୁ ପଠାଇ ଦେଇଥିଲେ। ପ୍ରଥାମାର୍ଦ୍ଧରେ ୨-୧ରେ ଜର୍ମାନୀ ଆଗୁଆ ଥିଲା। ୫୧ ମିନିଟରେ ଜର୍ମାନୀ ୩ୟ ଦେଇଥିଲା। ଗୋଜେନ୍‌ସଙ୍କ ପାସ୍‌ରୁ କାଇ ହାଭର୍ଜ ଏହି ଗୋଲ୍‌ ଦେଇଥିଲେ। ୬୦ ମିନିଟରେ ଜର୍ମାନୀ ୨ୟ ଗୋଲ୍‌ ଦେଇଥିଲା। ରବିନ୍‌ ଗୋଜେନ୍‌ସ ଏହି ଗୋଲ୍‌ ଦେଇଥିଲେ। ୬୭ ମିନିଟରେ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପାସ୍‌ରୁ ଡିଓଗୋ ଜୋଟା ପର୍ତ୍ତୁଗାଲ୍‌ ପାଇଁ ୨ୟ ଗୋଲ୍‌ ଦେଇଥିଲେ। ଜର୍ମାନୀ ପ୍ରଥମ ବିଜୟ ହାସଲ କରିଥିବା ବେଳେ ପର୍ତ୍ତୁଗାଲ୍‌ ପ୍ରଥମ ପରାଜୟ ବରଣ କରିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories