www.samajalive.in
Saturday, December 6, 2025
17.1 C
Bhubaneswar

ଯାଦୁକରୀ ଝରଣା : ହଜାର ହଜାର ବର୍ଷ ଧରି ଜଳୁଛି ନିଆଁ

ଆମେରିକା : ଆମେରିକାର ନ୍ୟୁୟର୍କରେ ଅବସ୍ଥିତ ଚେଷ୍ଟନାଟ୍ ରିଜ୍ ପାର୍କ ହେଉଛି ଏକ ଛୋଟ ଜଳପ୍ରପାତ। ଯେଉଁଠାରେ ହଜାରେ ବର୍ଷ ଧରି ଏକ ଖାଲି ସ୍ଥାନରେ ନିଆଁ ଜଳୁଛି। ଏହି ଜଳପ୍ରପାତକୁ କିଛି ଲୋକ ଯାଦୁ ବୋଲି କୁହନ୍ତି। ଏତେ ବର୍ଷ ଧରି କ୍ରମାଗତ ଭାବରେ ଭାବରେ ଏଠାରେ ନିଆଁ ଜଳିବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଯାହାକୁ ଦେଖି ପର୍ଯ୍ୟଟକମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। @Rainmaker1973 ନାମକ ଜଣେ ୟୁଜର ଏହି ପୋଷ୍ଟ କରିଛନ୍ତି। ଏହି ଭିଡିଓଟି ମାତ୍ର ୩୪ ସେକେଣ୍ଡର। କିନ୍ତୁ ଜଳପ୍ରପାତ ଭିତରେ ନିଆଁ ଜଳୁଥିବା ଦେଖିବାକୁ ମିଳିବ । ଡିସକୋଭରି ଡଟ୍ କମ୍‌ର ରିପୋର୍ଟ ଅନୁଯାୟୀ ଚେଷ୍ଟନଟ୍ ପାର୍କ ଦୁନିଆର ସବୁଠୁ ରହସ୍ୟମୟୀ ଅନନ୍ତ ଅଗ୍ନି ମଧ୍ୟରୁ ଅନ୍ୟତମ । ଯାହାର ଉଚ୍ଚତା ୩୫ ଫୁଟ୍ । କୁହାଯାଏ ହଜାର ହଜାର ବର୍ଷ ପୂର୍ବରୁ ଆମେରିକା ଅଧିବାସୀଙ୍କ ଦ୍ବାରା ଏହି ନିଆଁ ଜଳାଯାଇଥିଲା। ସେପଟେ ବୈଜ୍ଞାନିକ ମାନଙ୍କ କହିବା ମୂତାବକ ଏହା ପଛରେ ପ୍ରାକୃତିକ ଗ୍ୟାସର ଉତ୍ସ ହୋଇପାରେ। ଅନୁସନ୍ଧାନକାରୀମାନେ ଏପର୍ଯ୍ୟନ୍ତ ନିଆଁ ଜଳିବା ପଛର କାରଣ ଖୋଜି ପାରିନାହାଁନ୍ତି। ଯଦିଓ ସମଗ୍ର ବିଶ୍ୱରେ ଅନେକ ‘ପ୍ରାକୃତିକ’ ଅଗ୍ନି ଅଛି । ସେମାନଙ୍କ ମଧ୍ୟରୁ ଏହି ଅଗ୍ନି ଗୋଟିଏ । କିଛି ଲୋକ କୁହନ୍ତି ଏହି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କ ପାଇଁ ଯାଦୁକର ଏବଂ ମହାନ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories