www.samajalive.in
Saturday, December 6, 2025
16.1 C
Bhubaneswar

ପରଦାରେ ‘ଫାଇଟର’: କେମିତି ହୋଇଛି ଚଳଚ୍ଚିତ୍ର ? ଜାଣନ୍ତୁ..

ନୂଆଦିଲ୍ଲୀ: ହ୍ରିତିକ୍‌ ରୋଶନ ଓ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ ଗୁରୁବାର ମୁକ୍ତିଲାଭ କରିଛି। ‘ପଠାନ୍‌’ ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ‘ଫାଇଟର’କୁ ନେଇ ଦର୍ଶକ ଏତେ ଉତ୍ସାହିତ ଯେ, ଏହାକୁ ରିଲିଜ୍‌ର ପ୍ରଥମ ଦିନରେ ପ୍ରେକ୍ଷାଳୟରେ ଦେଖିବା ପାଇଁ ବହୁ ମାତ୍ରାରେ ଅଗ୍ରୀମ ବୁକିଂ କରାଯାଇଛି। ଇତି ମଧ୍ୟରେ ‘ଫାଇଟର’ର ପ୍ରଥମ ରିଭ୍ୟୁ ଆସିଛି। ତେବେ ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ର କେମିତି ହୋଇଛି।

‘ଫାଇଟର’ କେମିତି ହୋଇଛି ତାହା ଜାଣିବାକୁ ସମସ୍ତେ ଆଗ୍ରହୀ ଥିବାବେଳେ ଚଳଚ୍ଚିତ୍ରର ପ୍ରଥମ ରିଭ୍ୟୁ ଆସିଛି, ଯେଉଁଥିରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ୍ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କୁ ବହୁତ ପ୍ରଶଂସା କରାଯାଇଛି। ଜାନୁଆରୀ ୨୫ରେ ରିଲିଜ୍‌ ହୋଇଥିବା ‘ଫାଇଟର’ ବର୍ଷର ପ୍ରଥମ ବଡ଼ ବଜେଟ୍‌ ଫିଲ୍ମ। ସିନେ ସମୀକ୍ଷକ ତରଣ ଆଦର୍ଶ ଚଳଚ୍ଚିତ୍ରର ପ୍ରଥମ ରିଭ୍ୟୁ ‘ଏକ୍ସ’ରେ ଶେୟାର କରିଛନ୍ତି। ତରଣ ଏହାକୁ ସାଢେ ୪ ଷ୍ଟାର ଦେବା ସହ ଫିଲ୍ମ ଚମତ୍କାର ବୋଲି କହିଛନ୍ତି। ସେ ହ୍ରିତକ୍, ଦୀପିକା ଓ ଅନୀଲ କପୁରଙ୍କ ଅଭିନୟକୁ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି। ତରଣ ଲେଖିଛନ୍ତି, ‘‘ୱାର, ପଠାନ୍‌ ଆଉ ଏବେ ଫାଇଟର। ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦ ହ୍ୟାଟ୍ରିକ୍‌ ସ୍କୋର କରିଛନ୍ତି.. ଏରିଅଲ୍‌ ଆକ୍ସନ, ଡ୍ରାମା, ଭାବପ୍ରବଣତା ଓ ଦେଶଭକ୍ତି, ଫାଇଟର ଏକ କିଙ୍ଗ୍‌-ସାଇଜ୍‌ ମନୋରଞ୍ଜନକାରୀ ଚଳଚ୍ଚିତ୍ର, ଯେଉଁଥିରେ ହ୍ରିତିକ୍‌ ରୋଶନ୍‌ ଚମତ୍କାର ଅଭିନୟ କରିଛନ୍ତି..ଏହାକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ।’’

- Advertisement -

ଦେଶକୁ ସୁରକ୍ଷା ଦେଉଥିବା ବୀରଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ‘ଫାଇଟର’:

ତରଣ ଆହୁରି ଲେଖିଛନ୍ତି, ‘‘ଫାଇଟର ଚତୁରତାର ସହ ବୁଣାଯାଇଥିବା ଏକ ପ୍ରଡକ୍ଟ, ଯାହା ଅନ୍ଧ ରାଷ୍ଟ୍ରବାଦରୁ ଦୂରରେ, ତଥାପି ନାଟକ ଆଗେଇବା ସହ ଏକ ଦୃଢ ବୟାନ ଦେଉଛି.. ଭଲଭାବେ ପ୍ରସ୍ତୁତ କରାଯାଇଛି, କିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ଜବରଦସ୍ତ ଏରିଅଲ୍ ଆକ୍ସନ, କରତାଳିଯୋଗ୍ୟ ସଂଳାପ ଏବଂ ଏକ ଚମତ୍କାର ଦ୍ୱିତୀୟଭାଗ ସହିତ, ଫାଇଟର ଯାହା ପ୍ରତିଜ୍ଞା କରୁଛି, ତାହା ପୂରା କରୁଛି। ସବୁଠାରୁ ଜରୁରୀ କଥା, ଫାଇଟର ସେହି ବୀରମାନଙ୍କ ପାଇଁ ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ନିଃସ୍ବାର୍ଥପର ଭାବେ ଆମ ଦେଶକୁ ସୁରକ୍ଷା ଦେଇଥାଆନ୍ତି।

ଏହାବ୍ୟତୀତ ହ୍ରିତିକ୍‌ ଓ ଦୀପିକାଙ୍କ ଅଭିନୟକୁ ମଧ୍ୟ ତରଣ ଖୁବ୍‌ ପ୍ରଶଂସା କରିଛନ୍ତି। ଏଥିସହ ସହ-କଳାକାରମାନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ୨ ଘଣ୍ଟା ୪୬ ମିନିଟ୍‌ର ଏହି ଚଳଚ୍ଚିତ୍ର ବକ୍ସଅଫିସରେ ଜବରଦସ୍ତ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ଅପରପକ୍ଷେ, ପ୍ରଶଂସକ ତଥା ଦର୍ଶକମାନେ ମଧ୍ୟ ‘ଫାଇଟର’କୁ ବହୁତ ଭଲ ପ୍ରତିକ୍ରିୟା ଦେବା ସହ ହ୍ରିତିକ୍‌ ଓ ଦୀପିକାଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories