www.samajalive.in
Tuesday, December 9, 2025
15.1 C
Bhubaneswar

ମର୍ମନ୍ତୁଦ,ହୃଦୟବିଦାରକ ; ଗଙ୍ଗା ସ୍ନାନ ପାଇଁ ଯାଉଥିଲେ ଶ୍ରଦ୍ଧାଳୁ,ଚାଲିଗଲା ୧୨ ଜୀବନ

ଲଖନଉ : ଉତ୍ତରପ୍ରଦେଶ ଶାହାଜାହାନପୁର ଥାନା ମଦନାପୁର କ୍ଷେତ୍ରର ଗାଁ ଦମଗଦାରୁ ଗଙ୍ଗା ସ୍ନାନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଅଟୋକୁ ଏକ ଟ୍ରକ ଧକ୍କା ଦେବାରୁ ୧୨ ଜଣଙ୍କ ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁବାର ପୂର୍ବାହ୍ନ ୧୦ଟା୩୦ରେ ଅହ୍ଲାଗଞ୍ଜର ଗାଁ ସୁଗସୁଗି ନିକଟରେ ବରେଲୀ-ଫରୁଖାବାଦ ରାଜପଥରେ ଘଟିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନ ପ୍ରତି ସମବେଦନା ଜଣାଇଛନ୍ତି।
ରାଜପଥରେ ସାମ୍ନା ପଟୁ ଆସୁଥିବା ଏହି ଟ୍ରକଟି ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଖୁବ୍‌‌ ଜୋରରେ ଥିବାରୁ ଅଟୋ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ ଯାତ୍ରୀମାନେ ଛିଟ୍‌‌କି ତଳେ ପଡିଯାଇଥିଲେ। ୧୨ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ,ତିନି ମହିଳା ଓ ଜଣେ ଶିଶୁ ରହିଛନ୍ତି।
ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବାନୁଯାୟୀ, ଟ୍ରକ ଧକ୍କା ଦେବା ପରେ ଅଟୋରେ ଥିବା ୫ ରୁ ୬ ଜଣ ରାସ୍ତା ଉପରେ ପଡିଯାଇଥିଲେ।ସେମାନଙ୍କ ଜୀବନ ବଞ୍ଚି ପାରି ଥାଆନ୍ତା ମାତ୍ର ଟ୍ରକ ଚାଳକ ସେମାନଙ୍କ ଉପରେ ଗାଡି ଚଢାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ମାତ୍ରେ ଲୋକେ ଏକାଠି ହୋଇ ଟ୍ରକକୁ ଅଟକାଇବାକୁ ପ୍ରୟାସ କରିବା ସମୟରେ ଟ୍ରକ ଚାଳକ ଫେରାର ହୋଇଯାଇଥିଲା।
ସୂଚନାନୁଯାୟୀ, ଅଟୋରେ ୧୨ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହ ଅନ୍ୟମାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇ ଯାଇଛି। ଦୁର୍ଘଟଣା ବିଷୟରେ ଖବର ପାଇ ଏସପି, ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories