www.samajalive.in
Sunday, December 7, 2025
26.1 C
Bhubaneswar

ମର୍ମନ୍ତୁଦ,ହୃଦୟବିଦାରକ ; ଗଙ୍ଗା ସ୍ନାନ ପାଇଁ ଯାଉଥିଲେ ଶ୍ରଦ୍ଧାଳୁ,ଚାଲିଗଲା ୧୨ ଜୀବନ

ଲଖନଉ : ଉତ୍ତରପ୍ରଦେଶ ଶାହାଜାହାନପୁର ଥାନା ମଦନାପୁର କ୍ଷେତ୍ରର ଗାଁ ଦମଗଦାରୁ ଗଙ୍ଗା ସ୍ନାନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଅଟୋକୁ ଏକ ଟ୍ରକ ଧକ୍କା ଦେବାରୁ ୧୨ ଜଣଙ୍କ ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁବାର ପୂର୍ବାହ୍ନ ୧୦ଟା୩୦ରେ ଅହ୍ଲାଗଞ୍ଜର ଗାଁ ସୁଗସୁଗି ନିକଟରେ ବରେଲୀ-ଫରୁଖାବାଦ ରାଜପଥରେ ଘଟିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନ ପ୍ରତି ସମବେଦନା ଜଣାଇଛନ୍ତି।
ରାଜପଥରେ ସାମ୍ନା ପଟୁ ଆସୁଥିବା ଏହି ଟ୍ରକଟି ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଖୁବ୍‌‌ ଜୋରରେ ଥିବାରୁ ଅଟୋ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ ଯାତ୍ରୀମାନେ ଛିଟ୍‌‌କି ତଳେ ପଡିଯାଇଥିଲେ। ୧୨ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ,ତିନି ମହିଳା ଓ ଜଣେ ଶିଶୁ ରହିଛନ୍ତି।
ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବାନୁଯାୟୀ, ଟ୍ରକ ଧକ୍କା ଦେବା ପରେ ଅଟୋରେ ଥିବା ୫ ରୁ ୬ ଜଣ ରାସ୍ତା ଉପରେ ପଡିଯାଇଥିଲେ।ସେମାନଙ୍କ ଜୀବନ ବଞ୍ଚି ପାରି ଥାଆନ୍ତା ମାତ୍ର ଟ୍ରକ ଚାଳକ ସେମାନଙ୍କ ଉପରେ ଗାଡି ଚଢାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ମାତ୍ରେ ଲୋକେ ଏକାଠି ହୋଇ ଟ୍ରକକୁ ଅଟକାଇବାକୁ ପ୍ରୟାସ କରିବା ସମୟରେ ଟ୍ରକ ଚାଳକ ଫେରାର ହୋଇଯାଇଥିଲା।
ସୂଚନାନୁଯାୟୀ, ଅଟୋରେ ୧୨ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହ ଅନ୍ୟମାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇ ଯାଇଛି। ଦୁର୍ଘଟଣା ବିଷୟରେ ଖବର ପାଇ ଏସପି, ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories