www.samajalive.in
Sunday, December 14, 2025
19.1 C
Bhubaneswar

ଆୟୁଷ୍ମାନ ଯୋଜନା ବ୍ୟୟବରାଦ ୪୭୫୩ କୋଟି

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ୍‌ ୧୧ରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି। ନୂଆ ସରକାର ଆସିବା ପରେ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୩.୪୭ କୋଟି ହିତାଧିକାରୀ ସାମିଲ ହୋଇଥିବା‌େ‌ବଳେ ୧.୪୭ କୋଟି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟରେ ପ୍ରାୟ ୪,୦୫,୦୪୪ ହିତାଧିକାରୀ ଉପକୃତ ହୋଇଛନ୍ତି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ନିମନ୍ତେ ୪୭୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ରାଜ୍ୟରେ ଏବେ ଆୟୁଷ୍ମାନ ଯୋଜନାରେ ଉପକୃତ ହେଉଛନ୍ତି ହିତାଧିକାରୀ। ଯେଉଁମାନଙ୍କୁ ବର୍ତ୍ତମାନ ସୁଦ୍ଧା କାର୍ଡ ଦିଆଯାଇନାହିଁ ସେମାନେ ରେସନ କାର୍ଡ ଏବଂ ଆଧାର କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଉଛନ୍ତି। ଅନ୍ୟପକ୍ଷରେ ପ୍ରାରମ୍ଭରୁ ଯେଉଁ ସବୁ ସମସ୍ୟା ଥିଲା ତାହା ଧୀରେ ଧୀରେ ତାହାର ସମାଧାନ କରାଯାଉଛି। ଯେଉଁଠି ସମସ୍ୟା ନେଇ ଖବର ଆସୁଛି ବା ଜଣାପଡ଼ୁଛି ସେଠାରେ ତ୍ବରିତ ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିବାବେଳେ ପଞ୍ଜିକୃତ ଚିକିତ୍ସାଳୟଗୁଡ଼ିକରେ ସଠିକ ସମୟରେ ଦେୟ ପ୍ରଦାନ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଟଙ୍କା ପ୍ରଦାନ କରୁଛନ୍ତି। କାର୍ଡ ଛପା ଏବଂ ବିତରଣ ବାବଦରେ ମୋଟ ୧୬,୫୨,୮୫,୬୩୯ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ କେନ୍ଦ୍ର ସରକାର ୬,୨୬,୮୮,୦୫୯ ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ୧୦,୨୫,୯୭,୫୮୦ ଟଙ୍କା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories