www.samajalive.in
Monday, December 15, 2025
26.1 C
Bhubaneswar

ବିଜ୍ଞାପନ ପାଇଁ ପ୍ରାକ୍‌ ଅନୁମତି ଜରୁରୀ: ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ଇସିଙ୍କ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ସମେତ ୭ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ସବୁ ପଞ୍ଜିକୃତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ଇସିଙ୍କ ଅନୁମତି ଲୋଡିବା ଜରୁରୀ ବୋଲି କୁହାଯାଇଛି। ଏଥିପାଇଁ ଜିଲା ଓ ରାଜ୍ୟସ୍ତରରେ ଇସିଙ୍କ ପକ୍ଷରୁ ମିଡିଆ ସାର୍ଟିଫିକେସନ କମିଟି ସ୍ଥାପନ କରାଯାଇଛି। ରାଜନୈତିକ ଦଳ ଏବଂ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବିଜ୍ଞାପନ ପ୍ରକାଶନ ପୂର୍ବରୁ ଏହି କମିଟି ସଂପୃକ୍ତ ବିଜ୍ଞାପନର ବିଷୟବସ୍ତୁ ତଦାରଖ କରିବ ବୋଲି କୁହାଯାଇଛି।

କମିଟିର ପ୍ରାକ୍‌ ଅନୁମତି ବିନା ଇଣ୍ଟରନେଟ ଦ୍ବାରା ପରିଚାଳିତ ମିଡିଆ କିମ୍ବା ୱେବସାଇଟ୍‌ରେ ରାଜନୈତିକ ବିଜ୍ଞାପନ ପ୍ରସାରିତ ହୋଇପାରିବ ନାହିଁ ବୋଲି ଇସିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାଂପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମର ପ୍ରଭାବ ବୃଦ୍ଧି ପାଉଥିବାରୁ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ ପଡିବ ବୋଲି ଇସି କହିଛନ୍ତି। ଲୋକ ପ୍ରତିନିଧି ଆଇନ, ୧୯୫୧ର ଧାରା ୭୭(୧) ଏବଂ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦେଶ ଅନୁଯାୟୀ ନିର୍ବାଚନ ଶେଷ ହେବାର ୭୫ ଦିନ ମଧ୍ୟରେ ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର ନିର୍ବାଚନ ଖର୍ଚ୍ଚ (ସୋସିଆଲ ମିଡିଆ ଏବଂ ଅନଲାଇନ ବିଜ୍ଞାପନକୁ ମିଶାଇ) ତାଲିକା ଇସିଙ୍କ ନିକଟରେ ଦାଖଲ କରିବାକୁ ବାଧ୍ୟ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories