www.samajalive.in
Sunday, December 14, 2025
18.1 C
Bhubaneswar

+୨ରେ ନାମଲେଖା ପାଇଁ ହୋଇପାରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ପ୍ରବେଶିକା ପରୀକ୍ଷା କରିବାକୁ ଯୋଜନା କରାଯାଉଛି। ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇବେ ଏହାକୁ ଦୃଷ୍ଟିରେ ରଖି ଏଭଳି ଯୋଜନା କରାଯାଇଛି। ତେବେ ଏନେଇ ଏଯାବତ୍‌ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଯୁକ୍ତ ଦୁଇ ନାମ ଲେଖାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ପ୍ରବେଶିକାର ଆବଶ୍ୟକତା ଥିବା ନେଇ ବୁଦ୍ଧିଜୀବି ଓ ଶିକ୍ଷାବିତ୍‌ମାନେ ମତପୋଷଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଏଭଳି ବିଚାରବିମର୍ଶ ଚାଲିଛି।

ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ହୋଇଛି। ନବମ ପରୀକ୍ଷା ଓ ଦଶମ ଅଭ୍ୟାସ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଥର ପରୀକ୍ଷା ହୋଇ ନଥିବାରୁ ମୂଲ୍ୟାୟନର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟତଃ ରାଜ୍ୟର ବହୁ ମେଧାବୀ ବିଦ୍ୟାର୍ଥୀ ଦଶମ ମୂଲ୍ୟାୟନ ଯୋଗୁଁ ଯୁକ୍ତଦୁଇ ନାମଲେଖା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି।

- Advertisement -

ଏହାକୁ ନେଇ ଚାପ ବଢୁଥିବାରୁ ପ୍ରବେଶିକା ପରୀକ୍ଷା ନେଇ ସରକାରୀ ସ୍ତରରେ ଚିନ୍ତନ କରାଯାଉଛି। କେବେଳ ଚଳିତ ବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ଏହି ପ୍ରବେଶିକା ପରୀକ୍ଷା କରାଯିବ। ରାଜ୍ୟର ପ୍ରତିଷ୍ଠିତ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇ ନାମଲେଖା ପୂର୍ବରୁ ଏକକ ପ୍ରବେଶିକା ପରୀକ୍ଷା କରିବେ । ଆବେଦନ କରିଥିବା ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଯେଭଳି ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାରୁ ବଞ୍ଚିତ ହେବେନି ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଏହି ଯୋଜନା କରାଯାଉଛି। କନିଷ୍ଠ ମହାବିଦ୍ୟାଳୟକୁ ପ୍ରବେଶିକା ପରୀକ୍ଷା କରିବାକୁ ସରକାର ଅନୁମତି ପ୍ରଦାନ କରିବେ।

ରାଜ୍ୟରେ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବିମାନେ ପ୍ରବେଶିକା ପରୀକ୍ଷା ସପକ୍ଷରେ ମତ ଦେଇଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ ସବୁ ଶିକ୍ଷାନୁଷ୍ଠାନ ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯିବନି।

ରାଜ୍ୟର କେବଳ ପ୍ରତିଷ୍ଠିତ କନିଷ୍ଠ ମହାବିଦ୍ୟାଳୟ ପାଇଁ ପ୍ରବେଶିକା ହେବ। ପ୍ରବେଶିକା ପରୀକ୍ଷା କନିଷ୍ଠ ମହାବିଦ୍ୟାଳୟ ସ୍ତରରେ କରାଯିବ ।ଏହି ପରୀକ୍ଷା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଇଚ୍ଛାଧୀନ ରହିବ। ଏହାଦ୍ବାରା ମେଧାବୀ ବିଦ୍ୟାର୍ଥୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ତେବେ ଏନେଇ ଆଗାମୀ ଦିନରେ ବିସ୍ତୃତ୍ବ ଭାବେ ଆଲୋଚନା କରାଯିବ। କିଭଳି ପ୍ରବେଶିକା ପରୀକ୍ଷା କରାଯିବ ଓ ମାପଦଣ୍ଡ କ’ଣ ରହିବ ସେନେଇ ପଦକ୍ଷେପ ନିଆଯିବ। ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ପ୍ରକ୍ରିୟାରେ ଶିକ୍ଷାବିତ୍‌, ବୁଦ୍ଧିଜୀବିଙ୍କର ମତ ଲୋଡ଼ିବାକୁ ଯୋଜନା କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories