www.samajalive.in
Saturday, December 6, 2025
16.1 C
Bhubaneswar

ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ଆରମ୍ଭ; ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ଲଣ୍ଡନ: ବିଶ୍ଵକପ୍‌ କ୍ରିକେଟରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। କାରଣ ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରଥମ ଥର ପାଇଁ ଗେରୁଆ-ନୀଳ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି। ତେବେ ମ୍ୟାଚ୍‌ଟି ଉଭୟ ଟିମ୍‌ ପାଇଁ ଗୁରୁତ୍ଵପୂର୍ଣ୍ଣ ଥିବାବେଳେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ୯ ଓଭର ଖେଳ ଶେଷ ସୁଦ୍ଧା ଦଳ ବିନା କୌଣସିଉିକେଟ ହରାଇ ୪୬ ରନ୍‌ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, ସେମିଫାଇନାଲ ଦୌଡ଼ରେ ରହିବା ଲାଗି ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ଟି ଗୁରୁତ୍ଵପୂର୍ଣ୍ଣ। ତେବେ ଇଂଲଣ୍ଡ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହିତ ୮ ପଏଣ୍ଟ ହାସଲ କରିଛି। ତେଣୁ ଇଂଲଣ୍ଡକୁ ସେମିଫାଇନାଲରେ ପ୍ରବେଶ କରିବା ଲାଗି ଏହି ମ୍ୟାଚ ସହିତ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ। ସେପଟେ ଭାରତ ୬ଟି ମ୍ୟାଚ ଖେଳିଥିବାବେଳେ ୫ଟି ବିଜୟ ସହିତ ୧୧ ପଏଣ୍ଟ ହାସଲ କରିଛି। ଦଳ ଏହି ମ୍ୟାଚକୁ ମିଶାଇ ୩ଟି ମ୍ୟାଚ ଖେଳିବାକୁ ଥିବାବେଳେ ୨ଟିରେ ବିଜୟ ଦରକାର କରୁଛି। ତେଣୁ ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories