ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ କାରଣରୁ ରବିବାର ଠାରୁ ଆସନ୍ତା ୫ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳରେ ପ୍ରବଳ ବର୍ଷା ହେବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଢେଙ୍କାନାଳରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୧୪ଟି ଜିଲାରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବ। ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଜିଲାରେ ମଧ୍ୟ ବର୍ଷା ହେବ। ଢେଙ୍କନାଳ, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
୫ ଯାଏଁ ଲାଗି ରହିବ ବର୍ଷା, କେତେକ ସ୍ଥାନରେ ପ୍ରବଳ ବର୍ଷିବ
Popular Categories



