www.samajalive.in
Friday, December 5, 2025
20.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ

ନୂଆପଡ଼ା : ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ। ନୂଆପଡା ଓ ଛତିଶଗଡର ଗରିଆବନ୍ଧ ସୀମାରେ ବଡଧରଣର ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓ କ୍ୟାଡର ରହିଛନ୍ତି। ଘଟଣାସ୍ଥଳରୁ  ଗୋଟିଏ ଏସ୍‌ଏଲ୍‌ଆର୍‌ ଓ ୩ଟି ବିସ୍ଫୋରକ ଜବତ ହୋଇଛି। ଅନେକ ମାଓ ସାମଗ୍ରୀ ମଧ୍ୟ ମିଳିଛି। ତେବେ ଓଡ଼ିଶା-ଛତିଶଗଡ଼଼ ସୀମାରେ ମାଓ ଗତିବିଧି ବୃଦ୍ଧି ପାଉଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଛତିଶଗଡ଼଼ ରାଜ୍ୟ ଗରିଆବନ୍ଧ ଜିଲା ମଣିପୁର ଥାନା ଅଞ୍ଚଳରେ ମାଓ ମେଳି ହେଉଥିବା ଜଣାପଡ଼ିଥିଲା। ନୂଆପଡ଼ା ଜିଲା ସୀମାରୁ ମାତ୍ର ୫ କିଲୋମିଟର ଦୂର। ତେଣୁ ଓଡ଼ିଶା ଓ ଛତିଶଗଡ଼଼ ପୁଲିସ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ସହ ମିଶି ମିଳିତ ଅପରେସନ ଆରମ୍ଭ କରିଥିଲେ। ଏଥିରେ ୩ ଏସଓଜି, ୨ ଛତିଶଗଡ଼଼ ପୁଲିସ ଟିମ ଓ ୫ଟି ସିଆର୍‌ପିଏଫ୍‌ ଦଳ ସାମିଲ ରହିଥିଲେ। ଗତକାଲି ସକାଳୁ କୁଲାରିଘାଟ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଥିବା ଡିଜିପି କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories