www.samajalive.in
Saturday, December 6, 2025
16.1 C
Bhubaneswar

ହାତୀର ମାଲିକାନାକୁ ନେଇ ଭାରତ-ବାଂଲାଦେଶ ବିବାଦ

ଗୁଆହାଟୀ : ଆନ୍ତର୍ଜାତିକ ସୀମା ଅତିକ୍ରମ କରି ଗୋଟିଏ ହାତୀ ଭାରତ ଚାଲିଆସିଥିବାବେଳେ ଏହାର ମାଲିକାନାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି। ମାମଲା ବର୍ତ୍ତମାନ ଗୁଆହାଟୀ ଅଦାଲତରେ ବିଚାରାଧୀନ ଥିବାବେଳେ ଆସନ୍ତାକାଲି ଅର୍ଥାତ୍‌ ୨୧ରେ ଶୁଣାଣି କରାଯିବ।

ସୂଚନା ମୁତାବକ ଚନ୍ଦ୍ରତାରା ନାମକ ଏହି ହାତୀଟି ଗତବର୍ଷ ସେପ୍ଟେମ୍ବରରେ ସୀମା ଅତିକ୍ରମ କରି ତ୍ରିପୁରାର ଉନାକୋଟି ଜିଲାକୁ ପ୍ରବେଶ କରିଥିଲା। ଇତିମଧ୍ୟରେ ଆତିକୁର ରେହମାନ ନାମକ ଜଣେ ବାଂଲାଦେଶ ନାଗରିକ ହାତୀର ମାଲିକ ବୋଲି ଦାବି କରିଥିବାବେଳେ ଭାରତରେ ରହୁଥିବା ଆତ୍ମୀୟଙ୍କ ଜରିଆରେ ଏହାର ଫଟୋ ଓ ଅନ୍ୟାନ୍ୟ କାଗଜପତ୍ର ବିଏସଏଫ୍‌ ଯବାନ ଓ ତ୍ରିପୁରା ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ଭାରତର ଅନ୍ୟ ଦୁଇ ଜଣ ବ୍ୟକ୍ତି ହାତୀର ପ୍ରକୃତ ମାଲିକ ବୋଲି ଦାବି କରିଛନ୍ତି। ବର୍ତ୍ତମାନ ବିବାଦୀୟ ହାତୀ ବନ ବିଭାଗ ହେପାଜତରେ ରହିଥିବାବେଳେ ଅଦାଲତଙ୍କ ରାୟକୁ ଅପେକ୍ଷା କରାଯାଇଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories