www.samajalive.in
Sunday, December 14, 2025
17.1 C
Bhubaneswar

ଗଂଜାମରେ ପୁଣି ଏନକାଉଣ୍ଟର; ଦୁର୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଗୁରୁତର

ବ୍ରହ୍ମପୁର: ଗଂଜାମ ପୁଲିସର ପୁଣି ଏକ ଏନକାଉଣ୍ଟର। ପୁଲିସ ଏନକାଉଣ୍ଟରର ଶିକାର ହୋଇଛି ଦୁର୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା । ସନ୍ତୋଷର ଘର ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡାଦେଉଳି ଗାଁରେ ବୋଲି ଜଣାପଡିଛି । ଆହତ ଅପରାଧୀ ସନ୍ତୋଷ ନିକଟରୁ ପୁଲିସ ଗୋଟିଏ ୯ଏମ ଏମ୍ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ବାଇକ ଜବତ କରିଛି । ଗଂଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ନିର୍ଦେଶରେ ଏନକାଉଣ୍ଟର ହୋଇଛି ।

ଆଜି ଭୋର ୪ଟା ସମୟରେ ହୋଇଛି ଏନକାଉଣ୍ଟର। ଦୁର୍ଦାନ୍ତ ଅପରାଧୀ ସନ୍ତୋଷର ଦୁଇ ଗୋଡ଼ରେ ପୁଲିସ ଗୁଳି ବାଜିଛି । ଆହତ ସନ୍ତୋଷ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସନ୍ତୋଷ ନାମରେ ଖଲ୍ଲିକୋଟ, ରମ୍ଭା ଓ ଅନ୍ୟ ଜିଲ୍ଳା ଥାନାରେ ରହିଛି ୧୬ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା। ଘଟଣା ସ୍ଥଳରୁ ସନ୍ତୋଷର ଅନ୍ୟ ଜଣେ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛି।

- Advertisement -

ଉଭୟ ବ୍ରହ୍ମପୁର ଓ ଗଂଜାମ ପୋଲିସର ମିଳିତ ଅପରେସନ ଅପରେସନ କ୍ଲିନ କ୍ରାଇମର ଏହା ଏକ ଅଂଶବିଶେଷ । ଉଭୟ ଜିଲ୍ଲା ପୁଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ମୋଟ ୪୧ଟି ଏନକାଉଣ୍ଟର ହୋଇଥିବାବେଳେ ୪୪ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ କାବୁ କରାଯାଇପାରିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories